Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Agra Crime: ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ୧୭ ବର୍ଷୀୟା ଝିଅକୁ ହତ୍ୟା ଅଭିଯୋଗ, ବାପା ଅଟକ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେହି ଗାଁର ଜଣେ ଯୁବକଙ୍କ ସହ ଝିଅଙ୍କ ପ୍ରେମ ସମ୍ପର୍କକୁ ପରିବାର ବିରୋଧ କରୁଥିଲା। ପୁଲିସର କହିବା ଅନୁସାରେ, ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିନଥିଲା। ଏହାକୁ ନେଇ ଘରେ ବାରମ୍ବାର କଳିଗୋଳ ହେଉଥିଲା।

ଅଭିଯୋଗ ଅନୁସାରେ, ଘଟଣା ଦିନ ଝିଅ ଶୋଇଥିବା ବେଳେ ତାଙ୍କ ବାପା ତାଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୁଲିସ କହିଛି। ଘଟଣା ପରେ ଅଭିଯୁକ୍ତ ବାପା ନିଜେ ଥାନାକୁ ଯାଇ ଝିଅକୁ ହତ୍ୟା କରିଥିବା ନେଇ ପୁଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି।

ସୂଚନା ପାଇବା ପରେ ପୁଲିସ ତାଙ୍କୁ ହେପାଜତକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହତ୍ୟାର ପ୍ରକୃତ କାରଣ ଓ ଘଟଣାର ଅନ୍ୟାନ୍ୟ ଦିଗ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories