Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Yatri App: ଯାତ୍ରୀଙ୍କ ସୁରକ୍ଷା ପାଇଁ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍’ ରେ ଲାଗୁ ହୋଇଛି ନୂଆ ସେଫଟି ଫିଚର! ଫୋନ୍‌ କୁ ଶେକ୍ କରିବା ମାତ୍ରେ ମିଳିବ ସହାୟତା

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍‌’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଓ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଓ ‘ଓଡ଼ିଶା ଯାତ୍ରୀ’ର ବ୍ରାଣ୍ଡ ଆମ୍ବାସାଡର ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଏହି ସୁରକ୍ଷା ବ୍ୟବସ୍ଥା ଲୋକାର୍ପିତ ହୋଇଛି।

ଆପ୍‌ରେ ଥିବା ‘Shake & Alert’ ସୁବିଧା ଏହାର ମୁଖ୍ୟ ଆକର୍ଷଣ। ଜରୁରୀ ପରିସ୍ଥିତିରେ ଫୋନ୍‌କୁ ହଲାଇଲେ ହିଁ ଆଲର୍ଟ ପଠାଯାଇପାରିବ। ଏହାସହ One-Click SOS ଜରିଆରେ ତୁରନ୍ତ ୧୧୨କୁ କଲ୍‌ କରିବା ଓ ମନୋନୀତ ଜରୁରୀକାଳୀନ ସମ୍ପର୍କୀୟଙ୍କୁ ସୂଚନା ଦେବାର ସୁବିଧା ରହିଛି। ଯାତ୍ରୀମାନେ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ନିଜର Live Location ସେୟାର କରିପାରିବେ। ଯାତ୍ରା ସୁରକ୍ଷିତ ଭାବେ ଶେଷ ହେବା ପରେ ‘Mark Ride as Safe’ ଫିଚର ମାଧ୍ୟମରେ ଆଲର୍ଟ ବନ୍ଦ କରାଯାଇପାରିବ। ଏହି ସୁବିଧା କେବଳ ଯାତ୍ରୀ ନୁହେଁ, ଡ୍ରାଇଭରମାନଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାଗରିକ-ଅନୁକୂଳ ସହର ଗଠନ ପାଇଁ ସୁରକ୍ଷିତ, ସୁଗମ ଓ ନିର୍ଭରଯୋଗ୍ୟ ଯାତାୟାତ ଅତ୍ୟନ୍ତ ଆବଶ୍ୟକ। ବିଶେଷକରି ମହିଳା, ବରିଷ୍ଠ ନାଗରିକ ଓ ସଂବେଦନଶୀଳ ଯାତ୍ରୀମାନେ ଯେପରି ବିନା ଭୟରେ ଯାତ୍ରା କରିପାରିବେ, ସେଥିପାଇଁ ପ୍ରଯୁକ୍ତିର ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ‘ଓଡ଼ିଶା ଯାତ୍ରୀ’ ପ୍ଲାଟଫର୍ମରେ ରାଇଡ୍‌ ବୁକିଂ, ‘ଆମ ବସ୍‌’ ସେବା, FASTicket ସ୍ପଟ୍‌ ବୁକିଂ ଓ ବୋଟିଂ ଭଳି ସୁବିଧା ରହିଛି। ନୂଆ ସୁରକ୍ଷା ଫିଚର ଯୋଡ଼ାଯିବା ପରେ ରାଜ୍ୟରେ ଯାତ୍ରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ସୁବିଧାଜନକ ଯାତାୟାତ ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories