Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Apple CEO Change: ୧୫ ବର୍ଷ ପରେ CEO ପଦ ଛାଡ଼ିଲେ ଟିମ୍ କୁକ୍, ଜନ୍ ଟେର୍ନସ୍‌ଙ୍କ ହାତରେ Appleର ଦାୟିତ୍ୱ

ନୂଆଦିଲ୍ଲୀ: Appleରେ ହୋଇଛି ବଡ଼ ନେତୃତ୍ୱ ପରିବର୍ତ୍ତନ। ପ୍ରାୟ ୧୫ ବର୍ଷ ଧରି କମ୍ପାନୀର CEO ଦାୟିତ୍ୱ ସମ୍ଭାଳିବା ପରେ ଟିମ୍ କୁକ୍‌ ଏହି ପଦ ଛାଡ଼ିଛନ୍ତି। ସେପ୍ଟେମ୍ବର ୧, ୨୦୨୬ରୁ ଜନ୍ ଟେର୍ନସ୍‌ Appleର ନୂଆ CEO ଭାବେ ଦାୟିତ୍ୱ ନେଇଛନ୍ତି। ତେବେ Apple ସହ ଟିମ୍ କୁକ୍‌ଙ୍କ ସମ୍ପର୍କ ଶେଷ ହୋଇନାହିଁ। ସେ ଏବେ Executive Chairman ଭାବେ କମ୍ପାନୀ ସହ ଜଡ଼ି ରହିବେ ଏବଂ ବିଶ୍ୱର ବିଭିନ୍ନ ନୀତି ନିର୍ଦ୍ଧାରକଙ୍କ ସହ ଯୋଗାଯୋଗ ସମେତ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ସହଯୋଗ କରିବେ।

ଟିମ୍ କୁକ୍‌ଙ୍କ ନେତୃତ୍ୱରେ Appleର ବ୍ୟବସାୟ ବହୁଗୁଣିତ ବଢ଼ିଥିଲା ଏବଂ କମ୍ପାନୀର ମାର୍କେଟ୍‌ ଭାଲ୍ୟୁରେ ବଡ଼ ବୃଦ୍ଧି ହୋଇଥିଲା। ନୂଆ ଦାୟିତ୍ୱ ସହ କୁକ୍‌ଙ୍କ ବାର୍ଷିକ ବେତନ ପ୍ରାୟ ୨୦ ଲକ୍ଷ ଡଲାର ରହିବା ସହ ୪.୫ କୋଟି ଡଲାରର ଇକ୍ୱିଟି ଆୱାର୍ଡ ମିଳିବ। ଅନ୍ୟପଟେ, ଜନ୍ ଟେର୍ନସ୍‌ଙ୍କ ପାଇଁ ବାର୍ଷିକ ବେତନ ୩୦ ଲକ୍ଷ ଡଲାର ଏବଂ ୫.୫ କୋଟି ଡଲାରର ଇକ୍ୱିଟି ଟାର୍ଗେଟ୍‌ ଧାର୍ଯ୍ୟ ହୋଇଛି।

Appleର ନୂଆ CEO ଜନ୍ ଟେର୍ନସ୍‌ ୨୦୦୧ରେ କମ୍ପାନୀରେ ଯୋଗ ଦେଇଥିଲେ ଏବଂ ହାର୍ଡୱେର୍‌ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି। iPhone, iPad, Mac, Apple Watch ଓ AirPods ଭଳି ପ୍ରମୁଖ ପ୍ରଡକ୍ଟର ବିକାଶରେ ତାଙ୍କ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏବେ ତାଙ୍କ ସାମ୍ନାରେ Appleର ଆଗାମୀ ପ୍ରଡକ୍ଟ ଓ ବିଶେଷକରି AI କ୍ଷେତ୍ରରେ କମ୍ପାନୀକୁ ଆହୁରି ଆଗକୁ ନେବାର ବଡ଼ ଚ୍ୟାଲେଞ୍ଜ ରହିଛି। ସେପ୍ଟେମ୍ବର ୯ର ଲଞ୍ଚ୍‌ ଇଭେଣ୍ଟରେ ନୂଆ iPhone ସିରିଜ୍‌ ସହ ପ୍ରଥମ ଫୋଲ୍ଡେବଲ୍‌ iPhone ଆସିବା ନେଇ ଚର୍ଚ୍ଚା ରହିଥିଲେ ମଧ୍ୟ ଏହାକୁ Apple ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories