Child Marriage: ଶିଶୁ ବିବାହ ଉଚ୍ଛେଦ ପାଇଁ ନଭେମ୍ବର ୨୭କୁ ଅନ୍ତର୍ଜାତୀୟ ଦିବସ ଘୋଷଣା କଲା ଜାତିସଂଘ
ନୂଆଦିଲ୍ଲୀ: ଶିଶୁ ବିବାହ ବିରୋଧରେ ଭାରତର ଲଢ଼େଇକୁ ଏକ ବଡ଼ ଅନ୍ତର୍ଜାତୀୟ ସମର୍ଥନ ମିଳିଛି। ଶିଶୁ, ଅଳ୍ପ ବୟସରେ ଓ ବାଧ୍ୟତାମୂଳକ ବିବାହର ଉଚ୍ଛେଦ ପାଇଁ ପ୍ରତିବର୍ଷ ନଭେମ୍ବର ୨୭କୁ ‘International Day for the Elimination of Child, Early and Forced Marriage’ ଭାବେ ପାଳନ କରିବାକୁ ଜାତିସଂଘ ଘୋଷଣା କରିଛି। ଏହି ପଦକ୍ଷେପ ଶିଶୁ ବିବାହ ଭଳି ସାମାଜିକ ସମସ୍ୟା ବିରୋଧରେ ବିଶ୍ୱସ୍ତରୀୟ ସଚେତନତା ଓ ପ୍ରୟାସକୁ ଆହୁରି ମଜବୁତ କରିବ।
ଏହି ଘୋଷଣାକୁ Just Right For Children ଅଭିଯାନ ଏବଂ ଶିଶୁ ବିବାହ ବିରୋଧରେ NDTVର ଅଭିଯାନ ପାଇଁ ଏକ ବଡ଼ ଅନ୍ତର୍ଜାତୀୟ ସ୍ୱୀକୃତି ଭାବେ ଦେଖାଯାଉଛି। ଶିଶୁ ବିବାହ ରୋକିବା ଓ ଶିଶୁମାନଙ୍କ ଅଧିକାର ସୁରକ୍ଷା ପାଇଁ ଏହି ଅଭିଯାନଗୁଡ଼ିକ ଦୀର୍ଘଦିନ ଧରି ସଚେତନତା ସୃଷ୍ଟି କରିଆସୁଛି।
NDTV ଓ Just Rights for Children ପକ୍ଷରୁ ୨୦୨୩ରୁ ‘Child Marriage Free India’ ଅଭିଯାନ ଚାଲିଆସୁଛି। ଏହାର ଲକ୍ଷ୍ୟ ହେଉଛି ଶିଶୁ ବିବାହକୁ ରୋକିବା ସହ ସମାଜରେ ଏନେଇ ସଚେତନତା ବଢ଼ାଇବା। ନଭେମ୍ବର ୨୭କୁ ଏହି ଅନ୍ତର୍ଜାତୀୟ ଦିବସ ଭାବେ ଘୋଷଣା କରାଯିବା ଫଳରେ ଶିଶୁ ବିବାହ ଉଚ୍ଛେଦ ପାଇଁ ବିଶ୍ୱସ୍ତରରେ ଆହୁରି ଜୋରଦାର ପଦକ୍ଷେପ ନେବାର ମାର୍ଗ ପ୍ରଶସ୍ତ ହୋଇଛି।

