Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Congress: ଗଠିତ ହେଲା କଂଗ୍ରେସର ନୂଆ Political Affairs Committee, ଲାଲଜୀ ଦେଶାଇ ଅଧ୍ୟକ୍ଷ; ୨୯ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ସାଂଗଠନିକ ଢାଞ୍ଚାରେ ବଡ଼ ପରିବର୍ତ୍ତନ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ପାଇଁ ନୂଆ Political Affairs Committee ଗଠନ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି (AICC)। କଂଗ୍ରେସ ଅଧ୍ୟକ୍ଷଙ୍କ ଅନୁମୋଦନ ପରେ AICC ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏନେଇ ଘୋଷଣା କରିଛନ୍ତି। ନୂଆ କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇଙ୍କୁ ଦାୟିତ୍ୱ ଦିଆଯାଇଛି। କମିଟିରେ ମୋଟ ୨୯ ଜଣ ମୁଖ୍ୟ ସଦସ୍ୟ ରହିଛନ୍ତି।

ନୂଆ କମିଟିରେ ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ରାମଚନ୍ଦ୍ର କାଡ଼ାମ, ଡ. ଗିରିଧର ଗମାଙ୍ଗ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଶଙ୍କର ଉଲାକା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ନରସିଂହ ମିଶ୍ର, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମରନାଥ ପ୍ରଧାନ, ସୁରେଶ ରାଉତରାୟ, ନଗେନ୍ଦ୍ର ପ୍ରଧାନ, ପଞ୍ଚାନନ କାନୁନଗୋ, ଶରତ ରାଉତ, ସରସ୍ୱତୀ ହେମ୍ବ୍ରମ, ଅନନ୍ତ ପ୍ରସାଦ ସେଠୀ, ତାରା ପ୍ରସାଦ ବାହିନୀପତି, ସି.ଏସ. ରାଜନ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଡ. ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରୟ, ଡ. ବିଶ୍ୱରଞ୍ଜନ ମହାନ୍ତି, ସସ୍ମିତା ବେହେରା ଓ ଶ୍ରୀଧର ସ୍ୱରୂପ ଦାସଙ୍କୁ ସାମିଲ କରାଯାଇଛି। ଏହାସହ ଓଡ଼ିଶା ସହ ଜଡ଼ିତ AICC ସଚିବ, ପ୍ରଦେଶ ମହିଳା କଂଗ୍ରେସ, ସେବା ଦଳ, ଯୁବ କଂଗ୍ରେସ ଓ NSUIର ମୁଖ୍ୟମାନଙ୍କୁ Ex-Officio ସଦସ୍ୟ ଭାବେ ରଖାଯାଇଛି।

ଏହି ସାଂଗଠନିକ ପୁନର୍ଗଠନ ମାଧ୍ୟମରେ ରାଜ୍ୟରେ କଂଗ୍ରେସର ରାଜନୈତିକ ରଣନୀତି, ନିଷ୍ପତ୍ତି ଗ୍ରହଣ ଓ ସାଂଗଠନିକ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଦଳ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ନୂଆ କମିଟିରେ ଦଳର ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ପିସିସି ସଭାପତି, ସାଂସଦ ଓ ଅନୁଭବୀ ନେତାମାନଙ୍କୁ ସ୍ଥାନ ମିଳିଛି। ତେଣୁ ଆଗାମୀ ଦିନରେ ଓଡ଼ିଶାରେ ଦଳର ରାଜନୈତିକ କାର୍ଯ୍ୟକ୍ରମ ଓ ସରକାର ବିରୋଧୀ ପ୍ରସଙ୍ଗରେ ଏହି କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ନୂଆ ବ୍ୟବସ୍ଥା ଜରିଆରେ ତୃଣମୂଳସ୍ତରରେ ଦଳକୁ ଆହୁରି ସକ୍ରିୟ କରିବା ସହ ରାଜ୍ୟରେ କଂଗ୍ରେସର ରାଜନୈତିକ ଉପସ୍ଥିତି ମଜବୁତ କରିବା ଉପରେ ଫୋକସ୍‌ ରହିବ ବୋଲି ରିପୋର୍ଟରୁ ସଙ୍କେତ ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories