Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Teacher Protest: ଶିକ୍ଷକ ଆନ୍ଦୋଳନ ନେଇ ମନ୍ତ୍ରୀସ୍ତରୀୟ ଆଲୋଚନା, ଖୁବଶୀଘ୍ର ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶିକ୍ଷକମାନଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଉଭୟ ମନ୍ତ୍ରୀ ଆଲୋଚନା କରିଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ମଧ୍ୟ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିପାରିବ ବୋଲି ମନ୍ତ୍ରୀମାନେ କହିଛନ୍ତି।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଶିକ୍ଷକଙ୍କ ଦାବି ସମ୍ପର୍କରେ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ଶିକ୍ଷକଙ୍କ ପ୍ରସଙ୍ଗରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ଶିକ୍ଷକଙ୍କ ଦାବି ଓ ସମସ୍ୟାର ସମାଧାନ ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିସାରିଛି। ଏହି ରିପୋର୍ଟ ପ୍ରାୟ ୮୦୦ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ଏହା ଆଧାରରେ ସରକାର ଆଗାମୀ ଦିନରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଶିକ୍ଷକଙ୍କ ଦାବି ଉପରେ ସରକାରଙ୍କ ପକ୍ଷରୁ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀଙ୍କ ଆଶ୍ୱାସନ ପରେ ଆନ୍ଦୋଳନର ପରବର୍ତ୍ତୀ ଦିଗ ଉପରେ ନଜର ରହିଛି। ଶିକ୍ଷକଙ୍କ ସମସ୍ୟା ଯାହା ବି ଥାଉ, ଆଲୋଚନା ମାଧ୍ୟମରେ ତାହାର ସମାଧାନ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତି ପରେ ଶିକ୍ଷକମାନେ ଆନ୍ଦୋଳନ ନେଇ କି ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories