Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha DGP Case: ଓଡ଼ିଶାର ସ୍ଥାୟୀ ଡିଜିପିଙ୍କ ନିଯୁକ୍ତି ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର ସ୍ଥାୟୀ ଡିଜିପି ନିଯୁକ୍ତିକୁ ନେଇ ଆଜି ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବ। ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ କୋର୍ଟ ସାମୟିକ ରୋକ୍‌ ଲଗାଇଥିବାରୁ ଏହି ମାମଲା ଗୁରୁତ୍ୱ ବହନ କରୁଛି। ଆଜିର ଶୁଣାଣି ପରେ ଡିଜିପି ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ କି ନା ମାମଲା ଆହୁରି ଆଇନଗତ ଜଟିଳତାରେ ରହିବ, ସେନେଇ ସ୍ପଷ୍ଟତା ଆସିପାରେ।

ଗତ ୨ ତାରିଖରେ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କୁ ସହାୟତା କରୁଥିବା ଆମିକସ୍‌ କ୍ୟୁରି ନିଜ ରିପୋର୍ଟ ଦାଖଲ କରିଥିଲେ। ସେହିପରି ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍‌ ମଧ୍ୟ କୋର୍ଟରେ ଲିଖିତ ଜବାବ ଦାଖଲ କରିଥିଲେ। ଏହାପରେ ଅଧିକ ସମୟ ଆବଶ୍ୟକ ଥିବା ଦର୍ଶାଇ ସେ ସମୟ ମାଗିଥିଲେ। ଫଳରେ ମାମଲାର ଶୁଣାଣିକୁ ଆଜି ପାଇଁ ଧାର୍ଯ୍ୟ କରାଯାଇଥିଲା।

ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଆଜି ଡିଜିପି ଚୟନ ପ୍ରକ୍ରିୟା ସହ ଜଡ଼ିତ ଆଇନଗତ ପ୍ରସଙ୍ଗଗୁଡ଼ିକ ଉପରେ ଶୁଣାଣି କରିବେ। କୋର୍ଟଙ୍କ ନିର୍ଦ୍ଦେଶ ଓଡ଼ିଶାର ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ପାଇଁ ଏକ ନୂଆ ଦିଗ ନିର୍ଦ୍ଧାରଣ କରିପାରେ। ତେଣୁ ଆଜିର ଶୁଣାଣି ଉପରେ ରାଜ୍ୟର ନୂଆ ସ୍ଥାୟୀ ଡିଜିପି ନିଯୁକ୍ତିକୁ ନେଇ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ