Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Satya Niketan Building Collapse: ଫେରାର ଘର ମାଲିକ ହରିରାମ ବଂଶଲଙ୍କୁ ଧରିବାକୁ ପୁଲିସର ଚଢ଼ାଉ, Delhi-NCRରେ ଚାଲିଛି ରେଡ୍

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ପାଞ୍ଚ ମହଲା ଇମାରତ ଭୁଶୁଡ଼ି ପଡ଼ିବା ଘଟଣା ପରେ ଆକ୍ସନ ମୋଡ୍‌କୁ ଆସିଛି ଦିଲ୍ଲୀ ପୁଲିସ । ଘଟଣାରେ ମାଲିକ ହରିରାମ ବଂଶଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସର ଏକାଧିକ ଟିମ୍‌ ଗଠନ କରାଯାଇଛି। ଦୁର୍ଘଟଣା ପରେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲେ ମଧ୍ୟ ସେଠାରେ ହରିରାମ ମିଳିନଥିଲେ। ଏହାପରେ ତାଙ୍କୁ ଧରିବା ପାଇଁ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଗୁରୁଗ୍ରାମର ବିଭିନ୍ନ ସମ୍ଭାବ୍ୟ ଠିକଣାରେ ପୁଲିସ ଚଢ଼ାଉ ଜାରି ରଖିଛି।

ପୁଲିସର ସନ୍ଦେହ ଅନୁସାରେ, ଗିରଫଦାରିକୁ ଏଡ଼ାଇବା ପାଇଁ ହରିରାମ କୌଣସି ସୁରକ୍ଷିତ ସ୍ଥାନରେ ଲୁଚିଥାଇପାରନ୍ତି। ତାଙ୍କୁ ଖୋଜିବା ପାଇଁ ପୁଲିସ ଟିମ୍‌ ତାଙ୍କ ସମ୍ପର୍କୀୟ ଓ ଘନିଷ୍ଠ ବ୍ୟକ୍ତିଙ୍କ ଠିକଣା ଉପରେ ମଧ୍ୟ ନଜର ରଖିଛି। ରିପୋର୍ଟ ଅନୁସାରେ, ଭୁଶୁଡ଼ିଥିବା କୋଠାରେ ମରାମତି ଓ ନିର୍ମାଣ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାରେ ମାଲିକଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ BNSର ବିଭିନ୍ନ ଧାରାରେ FIR ରୁଜୁ କରାଯାଇଛି।

ସତ୍ୟ ନିକେତନର ଏହି ଭୟାବହ ଦୁର୍ଘଟଣାରେ ଅନେକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଘଟଣା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭୁଶୁଡ଼ିବାର ପ୍ରାଥମିକ କାରଣ ଭାବେ ବେସ୍‌ମେଣ୍ଟରେ ଚାଲିଥିବା ଖନନ କିମ୍ବା ନିର୍ମାଣ କାମ ଯୋଗୁଁ ଏକ ପିଲାର୍‌ ସ୍ଥାନଚ୍ୟୁତ ହୋଇଥିବା ଆଶଙ୍କା କରାଯାଉଛି। ତେବେ ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories