Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ankit Baliyan Murder: ହରିୟାଣବୀ ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟା ମାମଲାରେ ପୁଲିସର ବଡ଼ ପଦକ୍ଷେପ! ଭୋଲୁ ସାହାପୁରିଆଙ୍କ ଉପରେ ୧ ଲକ୍ଷ ପୁରସ୍କାର, ଟାର୍ଗେଟ୍‌ରେ ଚିରାଗ-ମୋଣ୍ଟି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଶାମଲିରେ ହରିୟାଣବୀ ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟା ମାମଲାରେ ପୁଲିସ ବଡ଼ ପଦକ୍ଷେପ ନେଇଛି। ମାମଲାରେ ଗୋଗୀ ଗ୍ୟାଙ୍ଗ୍‌ ସହ ସମ୍ପର୍କ ଥିବା କୁହାଯାଉଥିବା ଭୋଲୁ ସାହାପୁରିଆଙ୍କ ଉପରେ ୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଛି। ପୁଲିସ ଅନୁସାରେ, ଭୋଲୁ ବର୍ତ୍ତମାନ କାନାଡାର ଟୋରଣ୍ଟୋରେ ଥିବା ଜଣାପଡ଼ିଛି। ଅଙ୍କିତ ହତ୍ୟାକାଣ୍ଡରେ ଭୋଲୁଙ୍କ ଭୂମିକା ନେଇ ପୁଲିସ ତଦନ୍ତ ଜାରି ରଖିଛି।

ତଦନ୍ତ ବେଳେ ଭୋଲୁ ସାହାପୁରିଆଙ୍କ ସହ ଚିରାଗ ଓ ମୋଣ୍ଟିଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ପୁଲିସର ଅଭିଯୋଗ ଅନୁସାରେ, ଏହି ଦୁଇଜଣ ହତ୍ୟାର ଯୋଜନାରେ ଶୁଟରମାନଙ୍କୁ ସହାୟତା କରିବା ସହ ଘଟଣା ପରେ ସେମାନଙ୍କୁ ଫେରାର ହେବାରେ ମଧ୍ୟ ସହଯୋଗ କରିଥିବା ସନ୍ଦେହ ରହିଛି। ତେବେ ମାମଲାରେ ସେମାନଙ୍କ ଭୂମିକାର ଅନ୍ତିମ ପ୍ରମାଣ ଏପର୍ଯ୍ୟନ୍ତ ତଦନ୍ତାଧୀନ ରହିଛି।

ଅନ୍ୟପକ୍ଷରେ, ଅଙ୍କିତ ବାଲିୟାନ ହତ୍ୟା ମାମଲାରେ ଫେରାର ଥିବା ଶୁଟର ସତ୍ୟମ କାଦିୟାନ ଓ ଆର୍ୟନ ସିନ୍ଧୁଙ୍କ ଉପରେ ପୂର୍ବରୁ ₹୧ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା ହୋଇଛି। ଭୋଲୁ ସାହାପୁରିଆ, ଚିରାଗ ଓ ମୋଣ୍ଟିଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ପାଇଁ ଶାମଲି ପୁଲିସ ଭାରତ ସରକାରଙ୍କୁ ରିପୋର୍ଟ ପଠାଇଥିବା ମଧ୍ୟ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories