Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Baghpat Accident: ଡିଭାଇଡରରେ ପିଟି ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୨ ମୃତ; ୨୨ରୁ ଅଧିକ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ସୋମବାର ଭୋରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ରାଜସ୍ଥାନରୁ ବଦାୟୁଁ ଅଭିମୁଖେ ଯାଉଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଡିଭାଇଡରରେ ପିଟି ଓଲଟି ପଡ଼ିଥିଲା। ଏଥିରେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣାଟି ଖେକଡ଼ା ଥାନା ଅଞ୍ଚଳରେ ରାତି ପ୍ରାୟ ୧୨ଟା ୩୦ରେ ଘଟିଥିବା ପୁଲିସ କହିଛି।

ଦୁର୍ଘଟଣା ସମୟରେ ଗାଡ଼ିରେ ପ୍ରାୟ ୩୨ ଜଣ ଯାତ୍ରୀ ଥିଲେ। ଖବର ପାଇବା ପରେ ଡାଏଲ୍‌-୧୧୨ର ଚାରିଟି ପୁଲିସ ରେସପନ୍ସ ଭେହିକିଲ୍‌, ଆମ୍ବୁଲାନ୍ସ ଏବଂ ଖେକଡ଼ା ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଖେକଡ଼ା ଓ ବାଗପତର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଶୋଇଥିବା ବେଳେ ହଠାତ୍‌ ଜୋର୍‌ ଶବ୍ଦ ହୋଇ ଗାଡ଼ି ଓଲଟି ପଡ଼ିଥିବା ଜଣେ ଆହତ ଯାତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ, ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଡ୍ରାଇଭରଙ୍କ ଦାବି ଅନୁସାରେ, ଅନ୍ୟ ଏକ ଗାଡ଼ି ପଛପଟୁ ଧକ୍କା ଦେବା ପରେ ପିକ୍‌ଅପ୍‌ ଭ୍ୟାନ୍‌ ନିୟନ୍ତ୍ରଣ ହରାଇଥିଲା। ତେବେ ଏହି ଦାବିର ସତ୍ୟତା ଯାଞ୍ଚ କରୁଛି ପୁଲିସ। ମୃତକଙ୍କ ପରିଚୟ ନିର୍ଦ୍ଧାରଣ ସହ ପରିବାରଲୋକଙ୍କୁ ଖବର ଦେବା ପ୍ରକ୍ରିୟା ମଧ୍ୟ ଜାରି ରହିଛି। ମୃତକ ଓ ଆହତଙ୍କ ସମ୍ପର୍କରେ ସୂଚନା ପାଇଁ ବାଗପତ ପୁଲିସ ୯୪୫୪୪୧୭୩୮୩ ନମ୍ବର ଜାରି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories