Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kanpur Murder Case: ଶ୍ୱଶୁରଙ୍କ ଖର୍ଚ୍ଚ କଣ୍ଟ୍ରୋଲ୍‌ରେ ଅତିଷ୍ଠ ଥିଲେ ବୋହୂ, ହତ୍ୟା କରିବାକୁ ୬ ଲକ୍ଷରେ ଚାକରକୁ ଦେଇଥିଲେ ସୁପାରୀ!

ଉତ୍ତରପ୍ରଦେଶ: କାନପୁରର କୋଟିପତି ଔଷଧ ବ୍ୟବସାୟୀ ବିନୀତ ମିନୋଚା ହତ୍ୟାକାଣ୍ଡରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆ.ସିଛି। ପୁଲିସର ତଦନ୍ତ ଅନୁସାରେ, ବିନୀତଙ୍କ ବୋହୂ ଶାଲୁ ହିଁ ଏହି ହତ୍ୟାକାଣ୍ଡର କଥିତ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ପରିବାରରେ ବଡ଼ ଔଷଧ ବ୍ୟବସାୟ ଥିବା ସତ୍ତ୍ୱେ ଶାଲୁ ଓ ତାଙ୍କ ସ୍ୱାମୀଙ୍କ ଖର୍ଚ୍ଚ ଉପରେ ବିନୀତଙ୍କ ନିୟନ୍ତ୍ରଣ ଥିବା ନେଇ ଶାଲୁ ଅସନ୍ତୁଷ୍ଟ ଥିବା ପୁଲିସ କହିଛି। ପାର୍ଟିକୁ ଯିବା ଓ ବିଳମ୍ବିତ ରାତିରେ ଫେରିବା ଭଳି ବିଷୟରେ ମଧ୍ୟ ତାଙ୍କ ଉପରେ ରୋକ୍‌ଟୋକ୍‌ ଥିବା ଅଭିଯୋଗ ହୋଇଛି। ଏହି ଅସନ୍ତୋଷରୁ ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସେପ୍ଟେମ୍ବର ୫ ରାତିରେ ବିନୀତ ନିଜ ଫ୍ଲାଟ୍‌ରେ ଏକୁଟିଆ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ପରଦିନ ଭୋର୍‌ରେ ପାର୍ଟିରୁ ଫେରିଥିବା ପୁଅ ସୁବ୍ରତ ଓ ବୋହୂ ଶାଲୁ ତାଙ୍କ ରକ୍ତାକ୍ତ ମୃତଦେହ ଦେଖିଥିଲେ। ତଦନ୍ତ ସମୟରେ CCTV ଫୁଟେଜ୍‌ରୁ ବିନୀତଙ୍କ ଫ୍ଲାଟ୍‌କୁ ଦୁଇଜଣ ସନ୍ଦିଗ୍ଧ ପ୍ରବେଶ କରିଥିବା ଜଣାପଡ଼ିଥିଲା। ପୁଲିସ ଚାକର ବିଶାଲ ଗୌତମ ଓ ତାଙ୍କ ସହଯୋଗୀ ରାଜକିଶୋରଙ୍କୁ ଧରିବା ପରେ ସେମାନେ ଶାଲୁଙ୍କ ନିର୍ଦ୍ଦେଶରେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆଣିଥିଲେ। ହତ୍ୟା ପାଇଁ ୬ ଲକ୍ଷରେ ଚୁକ୍ତି ହୋଇଥିବା ଏବଂ ଘଟଣା ପୂର୍ବରୁ ଶାଲୁ ଓ ବିଶାଲଙ୍କ ମଧ୍ୟରେ ଅନେକ ଥର ଫୋନ୍‌ରେ କଥା ହୋଇଥିବା ମଧ୍ୟ ତଦନ୍ତରେ ଜଣାପଡ଼ିଛି।

ପୁଲିସ ଅନୁସାରେ, ଘରରେ ବିନୀତଙ୍କ ଦ୍ୱାରା ଲଗାଯାଇଥିବା CCTV ନେଇ ମଧ୍ୟ ଶାଲୁ ଅସନ୍ତୁଷ୍ଟ ଥିଲେ। ଏହା ତାଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଥିବା ତଦନ୍ତକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ, ବିନୀତଙ୍କ ପରିବାରର ଔଷଧ ବ୍ୟବସାୟର ବାର୍ଷିକ କାରବାର ୪୦ କୋଟିରୁ ଅଧିକ ବୋଲି ପୁଲିସ କହିଛି। ଶାଲୁଙ୍କୁ ଗିରଫ କରାଯାଇଥିବାବେଳେ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ସୁବ୍ରତଙ୍କ ଭୂମିକା ରହିଛି କି ନାହିଁ, ସେନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories