Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Preity Zinta: ‘Team Tukaram Mundhe’ ଟି-ଶର୍ଟ ପିନ୍ଧି ଚର୍ଚ୍ଚାରେ ପ୍ରୀତି ଜିନ୍ତା, ଖାଦ୍ୟ ସୁରକ୍ଷା ଅଭିଯାନକୁ ଜଣାଇଲେ ସମର୍ଥନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ନିଜ ଫିଲ୍ମ ନୁହେଁ, ବରଂ ଏକ ଟି-ଶର୍ଟକୁ ନେଇ ଚର୍ଚ୍ଚାରେ। ମୁମ୍ବାଇରେ ପ୍ରୀତି ଏକ କଳା ଟି-ଶର୍ଟ ପିନ୍ଧିଥିବା ନଜର ଆସିଥିଲେ, ଯେଉଁଥିରେ ‘Team Tukaram Mundhe’ ଲେଖା ରହିଥିଲା। ଏହା ମାଧ୍ୟମରେ ସେ ମହାରାଷ୍ଟ୍ରର Food and Drug Administration (FDA) କମିଶନର ତୁକାରାମ ମୁଣ୍ଢେଙ୍କ କାର୍ଯ୍ୟକୁ ସମର୍ଥନ ଜଣାଇଥିବା ଚର୍ଚ୍ଚା ହେଉଛି। ପ୍ରୀତିଙ୍କ ଏହି ଲୁକ୍‌ର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ତୁକାରାମ ମୁଣ୍ଢେ ମହାରାଷ୍ଟ୍ର FDA କମିଶନର ଭାବେ ଦାୟିତ୍ୱ ନେବା ପରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ, ଅସ୍ୱାସ୍ଥ୍ୟକର ପରିବେଶ ଓ ଖାଦ୍ୟରେ ଭେଜାଲ ଭଳି ଅଭିଯୋଗ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି। ମୁମ୍ବାଇର ରେସ୍ତୋରାଁ ଓ ଅନ୍ୟ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚ ବଢ଼ାଇବା ସହ ନିୟମ ଉଲ୍ଲଂଘନ ମିଳିଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି କଠୋର ଆଭିମୁଖ୍ୟ ପାଇଁ ମୁଣ୍ଢେ ଲଗାତାର ଚର୍ଚ୍ଚାରେ ରହିଛନ୍ତି।

ପ୍ରୀତି ଜିଣ୍ଟାଙ୍କ ପୂର୍ବରୁ ମଧ୍ୟ କିଛି ସେଲିବ୍ରିଟି ତୁକାରାମ ମୁଣ୍ଢେଙ୍କ କାର୍ଯ୍ୟଶୈଳୀକୁ ସମର୍ଥନ କରିଛନ୍ତି। ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ମଧ୍ୟ ତାଙ୍କ କାର୍ଯ୍ୟକୁ ନେଇ ସୋସିଆଲ ମିଡିଆରେ ମତ ରଖିଥିବା ବେଳେ ଅଭିନେତା ମନୋଜ ବାଜପେୟୀ ମଧ୍ୟ ତାଙ୍କ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି। ଏବେ ‘Team Tukaram Mundhe’ ଟି-ଶର୍ଟ ପିନ୍ଧି ପ୍ରୀତିଙ୍କ ସମର୍ଥନ ସାମ୍ନାକୁ ଆସିବା ପରେ ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories