Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PM Modi Security Alert: ମୁମ୍ବାଇରେ ମୋଦୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଫେକ୍‌ PMO ଆଇଡି, ବନ୍ଧୁକ ସହ ୨ ଜଣ ଅଟକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ କାର୍ଯ୍ୟକ୍ରମ ପୂର୍ବରୁ ନୀତା ମୁକେଶ ଅମ୍ବାନୀ କଲଚରାଲ୍‌ ସେଣ୍ଟର (NMACC)ରେ ସୁରକ୍ଷାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC)ରେ ଥିବା କାର୍ଯ୍ୟକ୍ରମସ୍ଥଳରୁ ମୁମ୍ବାଇ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ପୁଲିସ ଅନୁସାରେ, ୨୪ ବର୍ଷୀୟ ରୋହନ ପାରେଖ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଯାଞ୍ଚ ସମୟରେ ତାଙ୍କ ପାଖରେ ଥିବା PMO ପରିଚୟପତ୍ର ନକଲି ବୋଲି ଜଣାପଡ଼ିଥିଲା। ତାଙ୍କ ସହ ଥିବା ବଡିଗାର୍ଡଙ୍କ ପାଖରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି।

ପୁଲିସ କହିଛି ଯେ, ପାରେଖ କାର୍ଯ୍ୟକ୍ରମସ୍ଥଳରେ ସନ୍ଦେହଜନକ ଭାବେ ଘୁରୁଥିବା ଦେଖାଯିବା ପରେ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ତାଙ୍କ ସହ ଥିବା ବ୍ୟକ୍ତିଙ୍କ ପାଖରେ ବନ୍ଧୁକ ଥିବା ଜଣାପଡ଼ିବା ପରେ ଦୁହିଁଙ୍କୁ ହେପାଜତକୁ ନିଆଯାଇଥିଲା। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଛି। ଦୁହିଁଙ୍କ ମୋବାଇଲ୍‌ ଫୋନ୍‌, ପରିଚୟପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରାଯାଉଥିବା ବେଳେ ସେମାନେ କାହିଁକି ନକଲି PMO ପରିଚୟପତ୍ର ଓ ବନ୍ଧୁକ ସହ କାର୍ଯ୍ୟକ୍ରମସ୍ଥଳକୁ ଆସିଥିଲେ, ସେନେଇ ପୁଲିସ ତଦନ୍ତ କରୁଛି।

ମଙ୍ଗଳବାର ସନ୍ଧ୍ୟାରେ NMACCରେ ପ୍ରଧାନମନ୍ତ୍ରୀ ମୋଦୀ Global Fintech Fest (GFF) 2026ର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଚାରିଦିନିଆ ସମ୍ମିଳନୀ ସେପ୍ଟେମ୍ବର ୮ରୁ ୧୧ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର GFFର ଥିମ୍‌ ହେଉଛି “Potential to Impact: Agentic AI, Tokenisation, Quantum – Trusted, Connected, Global Systems for Inclusive Finance”। ପ୍ରଧାନମନ୍ତ୍ରୀଙ୍କ ଆଗମନର କିଛି ଘଣ୍ଟା ପୂର୍ବରୁ ନକଲି PMO ID ଓ ବନ୍ଧୁକ ସହ ଦୁଇ ଜଣଙ୍କ ଧରାପଡ଼ିବା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ସୃଷ୍ଟି କରିଛି। ତେବେ ଏହି ଦୁଇ ଜଣଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories