Raghav Chadha Voter List: ଦିଲ୍ଲୀ ଭୋଟର ଲିଷ୍ଟରେ ରାଘବ ଚଢାଙ୍କ ନାମକୁ ନେଇ ବିବାଦ, କମିଶନଙ୍କଠାରୁ ସ୍ପଷ୍ଟୀକରଣ ମାଗିଲା AAP
ନୂଆଦିଲ୍ଲୀ: ଦିଲ୍ଲୀର ଭୋଟର ତାଲିକାରେ ରାଜ୍ୟସଭା ସାଂସଦ ରାଘବ ଚଡ୍ଢାଙ୍କ ନାମ ସାମିଲ ହେବାକୁ ନେଇ ରାଜନୈତିକ ବିବାଦ ଜୋର ଧରିଛି। ଆମ୍ ଆଦମୀ ପାର୍ଟି (AAP) ଏହି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇ ନିର୍ବାଚନ କମିଶନଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି। AAPର ଦିଲ୍ଲୀ ଶାଖା ସଭାପତି ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ, ରାଜେନ୍ଦ୍ର ନଗର ବିଧାନସଭା କ୍ଷେତ୍ରର ଭୋଟର ତାଲିକାରେ ରାଘବ ଚଡ୍ଢାଙ୍କ ନାମ କିପରି ସାମିଲ ହେଲା, ତାହା ସ୍ପଷ୍ଟ କରାଯିବା ଦରକାର।
AAP ଦାବି କରିଛି ଯେ, ଅଗଷ୍ଟ ୩୧ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ରାଜେନ୍ଦ୍ର ନଗରରେ ୭୪୬ ଜଣ ଭୋଟର ଥିଲେ। ପରବର୍ତ୍ତୀ ତାଲିକାରେ ରାଘବ ଚଢାଙ୍କ ନାମ ୭୪୭ତମ ଭୋଟର ଭାବେ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଦଳ ପ୍ରଶ୍ନ କରିଛି ଯେ, ନାମ ସାମିଲ ପାଇଁ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ପାଳନ କରାଯାଇଥିଲା କି ନାହିଁ।
ତେବେ ନିର୍ବାଚନୀ ଅଧିକାରୀଙ୍କ ସୂଚନା ଅନୁସାରେ, ରାଘବ ଚଡ୍ଢାଙ୍କ ନାମ ନିୟମିତ ଭୋଟର ତାଲିକା ଅପଡେଟ୍ ପ୍ରକ୍ରିୟା ମାଧ୍ୟମରେ ଦିଲ୍ଲୀ ଭୋଟର ତାଲିକାରେ ସାମିଲ ହୋଇଛି। ପଞ୍ଜାବର ଭୋଟର ତାଲିକାରୁ ତାଙ୍କ ନାମ ବାଦ ପଡ଼ିବା ପରେ ଏହି ଅପଡେଟ୍ ହୋଇଥିବା ମଧ୍ୟ କୁହାଯାଇଛି। ଏହି ଘଟଣାକୁ ନେଇ AAP ଓ ରାଘବ ଚଢାଙ୍କ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଜାରି ରହିଛି।

