Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Fake PMO Officer: ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ନକଲି PMO ଆଇଡି, ବନ୍ଧୁକଧାରୀ ବଡିଗାର୍ଡ ସହ ୨ ଜଣ ଗିରଫ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (BKC) ଅଞ୍ଚଳରେ ସୁରକ୍ଷାକୁ ନେଇ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଜିଓ ୱାର୍ଲ୍ଡ ପ୍ଲାଜାରେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ର ଅଧିକାରୀ ବୋଲି ପରିଚୟ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ୨୪ ବର୍ଷୀୟ ରୋହନ ପାରିଖ ଓ ତାଙ୍କ ସହ ଥିବା ବଡିଗାର୍ଡ ଦିଲୀପ ରାଜାରାମ କୁଣ୍ଡେଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। କୁଣ୍ଡେଙ୍କ ପାଖରେ ଏକ ଲାଇସେନ୍ସପ୍ରାପ୍ତ ରିଭଲଭର ଓ ଗୁଳି ଥିବା ପୁଲିସ କହିଛି।

ପୁଲିସ ଅନୁସାରେ, ସୁରକ୍ଷା ଯାଞ୍ଚ ସମୟରେ ବନ୍ଧୁକ ଥିବାରୁ କୁଣ୍ଡେଙ୍କୁ ଅଟକାଯାଇଥିଲା। ଏହାପରେ ରୋହନ ନିଜକୁ PMOର ଅଧିକାରୀ ବୋଲି ଦାବି କରି ଏକ ପରିଚୟପତ୍ର ଦେଖାଇଥିଲେ। ଯାଞ୍ଚ ପରେ ଉକ୍ତ ପରିଚୟପତ୍ରରେ ଅସଙ୍ଗତି ଥିବା ଜଣାପଡ଼ିଥିଲା। ଘଟଣାରେ ସେମାନଙ୍କ ସହ ଥିବା ପ୍ରଥମେଶ ଗଣେଶ ବାଗୁଲ ନାମକ ଆଉ ଜଣେ ବ୍ୟକ୍ତି ଫେରାର ଥିବା ପୁଲିସ କହିଛି। ମାମଲାର ତଦନ୍ତ ଏବେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ କରୁଛି।

ଅନ୍ୟପକ୍ଷରେ, ରୋହନଙ୍କ ଆଇନଜୀବୀ ଅଦାଲତରେ ଦାବି କରିଛନ୍ତି ଯେ ତାଙ୍କ ମହକିଲ ନିଜେ ଏକ ଠକେଇର ଶିକାର ହୋଇଥାଇପାରନ୍ତି। ଆଇନଜୀବୀଙ୍କ ଅନୁସାରେ, ରୋହନ ପ୍ରାୟ ଦୁଇ ବର୍ଷ ଧରି ନିଜକୁ PMO ସହ ଜଡ଼ିତ ବୋଲି ବିଶ୍ୱାସ କରୁଥିଲେ ଏବଂ ତାଙ୍କୁ ନକଲି ଦସ୍ତାବିଜ ମାଧ୍ୟମରେ ଭ୍ରମିତ କରାଯାଇଥାଇପାରେ। ପୁଲିସ ଏହି ଦାବିର ସତ୍ୟତା ଯାଞ୍ଚ କରିବା ସହ ନକଲି ପରିଚୟପତ୍ର କିଏ ତିଆରି କରିଥିଲା ଏବଂ ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories