Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Jharkhand SIR: ଡ୍ରାଫ୍ଟ ଭୋଟର ଲିଷ୍ଟରେ ୩ ଆଫଗାନ ନାଗରିକଙ୍କ ନାଁ, ହଟାଇଲେ ନିର୍ବାଚନ କର୍ତ୍ତୃପକ୍ଷ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ଚାଲିଥିବା Special Intensive Revision (SIR) ମଧ୍ୟରେ ଡ୍ରାଫ୍ଟ ଭୋଟର ଲିଷ୍ଟକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଜାମସେଦପୁର ଇଷ୍ଟ ବିଧାନସଭା ଅଞ୍ଚଳର ଭୋଟର ତାଲିକାରେ ୩ ଜଣ ଆଫଗାନ ନାଗରିକଙ୍କ ନାଁ ଥିବା ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଜଣାପଡ଼ିଛି। ଏମାନଙ୍କ ନାଁ ପୂର୍ବରୁ ଭୋଟର ଲିଷ୍ଟରେ ଥିବା ସହ SIRର ନ୍ୟୁମେରେସନ୍‌ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଦସ୍ତାବିଜରେ ଅସଙ୍ଗତି ମିଳିବା ପରେ ଯାଞ୍ଚ କରାଯାଇ ପାସପୋର୍ଟ ଆଧାରରେ ସେମାନଙ୍କ ବିଦେଶୀ ନାଗରିକତା ସାମ୍ନାକୁ ଆସିଥିଲା।

ଜାମସେଦପୁର ଇଷ୍ଟର ପାର୍ଟ ନମ୍ବର ୨୮୬ରେ ଆସିଲ ଖାନ୍‌, ମହମ୍ମଦ ଅସଲମ ଓ ମହମ୍ମଦ ଇବ୍ରାହିମଙ୍କ ନାଁ ଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ କେ. ରବି କୁମାରଙ୍କ ଅନୁସାରେ, ୩ ଜଣ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଜଣେଙ୍କ ବିଦେଶୀ ନାଗରିକତା ନିଶ୍ଚିତ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ନାଗରିକତାକୁ ନେଇ ତଦନ୍ତ ଚାଲିଛି। ତିନିଜଣଙ୍କ ନାଁ ଭୋଟର ଲିଷ୍ଟରୁ ହଟାଇ ଦିଆଯାଇଛି।

ଏହି ଘଟଣା ପରେ ୩ ଜଣଙ୍କ ନାଁ ଭୋଟର ଲିଷ୍ଟରେ କିପରି ସାମିଲ ହେଲା ଏବଂ ସେମାନଙ୍କୁ ଏଥିପାଇଁ କିଏ ସହଯୋଗ କରିଥିଲା, ସେନେଇ ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଦସ୍ତାବିଜ ଓ ନାଗରିକତା ମଧ୍ୟ ଯାଞ୍ଚ କରାଯିବ। ଯଦି ତଦନ୍ତରେ କୌଣସି ବ୍ୟକ୍ତି ବିଦେଶୀ ନାଗରିକଙ୍କ ନାଁ ଭୋଟର ତାଲିକାରେ ସାମିଲ କରାଇବାରେ ସମ୍ପୃକ୍ତ ଥିବା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ଆଇନଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ଝାଡ଼ଖଣ୍ଡର ଅନ୍ୟ ଭୋଟର ତାଲିକାରେ ମଧ୍ୟ ଏଭଳି ମାମଲା ଅଛି କି ନାହିଁ, ତାହା ଯାଞ୍ଚ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories