Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CNR Rao: ନାମରେ ତ୍ରୁଟି ଯୋଗୁଁ SIR ନୋଟିସ୍‌, ପରିଚୟ ପ୍ରମାଣ ପାଇଁ ଶୁଣାଣିରେ ହାଜର ହେବେ ୯୨ ବର୍ଷୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତର ପ୍ରଖ୍ୟାତ ବୈଜ୍ଞାନିକ ତଥା ଭାରତ ରତ୍ନ ସମ୍ମାନିତ ପ୍ରଫେସର ସି.ଏନ୍‌.ଆର୍‌. ରାଓଙ୍କୁ କର୍ଣ୍ଣାଟକର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ନୋଟିସ୍‌ ଜାରି ହୋଇଛି। ଭୋଟର ତାଲିକାରେ ତାଙ୍କ ନାମରେ ବନାନ ଅମେଳ ଥିବାରୁ ତାଙ୍କ ପରିଚୟ ନେଇ ଯାଞ୍ଚର ଆବଶ୍ୟକତା ଦର୍ଶାଯାଇଛି। ଏହାପରେ ପରିଚୟ ସ୍ପଷ୍ଟ କରିବା ପାଇଁ ତାଙ୍କୁ ଶୁଣାଣିରେ ହାଜର ହେବାକୁ କୁହାଯାଇଛି।

୯୨ ବର୍ଷୀୟ ପ୍ରଫେସର ସି.ଏନ୍‌.ଆର୍‌. ରାଓ ଭାରତର ଅନ୍ୟତମ ସମ୍ମାନିତ ବୈଜ୍ଞାନିକ। ସଲିଡ୍‌-ଷ୍ଟେଟ୍‌ କେମିଷ୍ଟ୍ରି ଓ ଷ୍ଟ୍ରକ୍ଚରାଲ୍‌ କେମିଷ୍ଟ୍ରି କ୍ଷେତ୍ରରେ ତାଙ୍କର ଗବେଷଣା ବିଶେଷ ଭାବେ ପ୍ରଶଂସିତ। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମବିଭୂଷଣ ସମେତ ଅନେକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିଛି। ୨୦୧୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

ବିଶ୍ୱ ବିଜ୍ଞାନ ଜଗତରେ ନିଜର ଦୀର୍ଘ ଗବେଷଣା ଓ ଅବଦାନ ପାଇଁ ପ୍ରଫେସର ରାଓ ବେଶ ପରିଚିତ। ବିଭିନ୍ନ ବଡ଼ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହୋଇଥିବା ସତ୍ତ୍ୱେ ସେ ନୋବେଲ୍‌ ପୁରସ୍କାର ପାଇନାହାନ୍ତି। ଏବେ ତାଙ୍କ ଭଳି ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କ ନାମରେ ବନାନ ଅମେଳ ଯୋଗୁଁ SIR ପ୍ରକ୍ରିୟାରେ ପରିଚୟ ଯାଞ୍ଚ ପାଇଁ ନୋଟିସ୍‌ ଆସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories