Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BRICS Summit 2026: ୭ ରାଜ୍ୟର Flying Training Organisation ଉପରେ ୩ ଦିନିଆ କଟକଣା, ଦିଲ୍ଲୀ ଆକାଶପଥରେ ମଧ୍ୟ କଡ଼ା ନିୟମ

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା BRICS Summit 2026କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିଛି ଡିଜିସିଏ। ସେପ୍ଟେମ୍ବର ୧୧ ତାରିଖ ସକାଳ ୭ଟାରୁ ୧୩ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ୩ ଦିନ ଧରି ୭ଟି ରାଜ୍ୟର Flying Training Organisation (FTO)ରୁ ଉଡ଼ାଣ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି। ଏହି କଟକଣା ଉତ୍ତରପ୍ରଦେଶ ସହ ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ହିମାଚଳ ପ୍ରଦେଶର FTO ଉପରେ ଲାଗୁ ହେବ।

ଡିଜିସିଏର ନିର୍ଦ୍ଦେଶ ଅନୁଯାୟୀ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ରାଜ୍ୟଗୁଡ଼ିକର FTOରୁ ଲାଇଟ୍‌ ଓ ମାଇକ୍ରୋ-ଲାଇଟ୍‌ ବିମାନ, ହେଲିକପ୍ଟର ଏବଂ ହ୍ୟାଙ୍ଗ୍‌-ଗ୍ଲାଇଡର୍‌ ଭଳି ଉଡ଼ାଣ ଆରମ୍ଭ କରିବାକୁ ମଧ୍ୟ ଅନୁମତି ରହିବ ନାହିଁ। ଏହାସହ ଦିଲ୍ଲୀର ୩୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଲାଇଟ୍‌ ଓ ମାଇକ୍ରୋ-ଲାଇଟ୍‌ ବିମାନ, UAV ଏବଂ ସମାନ ଦୂରଗାମୀ ଆକାଶୀୟ ଯାନର ଉଡ଼ାଣ ଉପରେ ମଧ୍ୟ ରୋକ ରହିବ।

ସେହିପରି ଦିଲ୍ଲୀର ୧୦୦ କିଲୋମିଟର ପରିଧିରେ ହ୍ୟାଙ୍ଗ୍‌-ଗ୍ଲାଇଡର୍‌, ପାରାଗ୍ଲାଇଡର୍‌, ପାରାମୋଟର୍‌, ଏରୋ-ମଡେଲ୍‌ ଏବଂ ସମସ୍ତ ପ୍ରକାର ଡ୍ରୋନ୍‌ ଭଳି ଅଳ୍ପ ଦୂରତାର ଆକାଶୀୟ ଯାନ ଉଡ଼ାଣକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଡିଜିସିଏ କହିଛି, BRICS Summit-2026ର ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ସେପ୍ଟେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ୧୮ତମ BRICS ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories