Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସିଏଚସି ରୁ ଗଡ଼ିଲା ବର୍ଷା ଜନିତ ରୋଗ ସଚେତନତା ରଥ।

କଳାହାଣ୍ଡି,୦୯/୦୯
କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ରୋଗ ସଚେତନତା ଅଭିଯାନ ସୃଷ୍ଟି କରିବାକୁ ବୁଧବାର ସିଏଚସି ପରିସର ରୁ ସଚେତନତା ରଥ କୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ଵଦର୍ଶୀ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି ରଥ ବ୍ଲକ ର ୨୨ ପଞ୍ଚାୟତ ରେ ଡେଙ୍ଗୁ ମ୍ୟାଲେରିଆ ଓ ଡାଇରିଆ ରୋଗ ଠୁ କେମିତି ସତର୍କ ରହିବା ସେନେଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦେବ। ଏହି ରଥ ଉଦଘାଟନ ଅବସରରେ ସିଏଚସି ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛତ୍ରୀଆ, ବିପିଏମ ସୁରଜିତ ସିଂ କୁମାର, ଏସ ଟି ଏସ ଆମୋଦ ଚନ୍ଦ୍ର ଗୋଲାପ, ଭିବି ଡି ଟି ଏସ ଦୁଷ୍ମନ୍ତ ରାଉତ, ବିଡିଏମ ଲୋକନାଥ ମିଶ୍ର, ଫାର୍ମାସିଷ୍ଟ ସୁଧୀର ଧଙ୍ଗଡା ମାଝୀ, ଆଶା କର୍ମି ଓ ଜନ ସାଧାରଣ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ