Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sheetal Devi: ଫାଇନାଲ୍‌ରେ ୧୪୪-୧୪୪ ସ୍କୋର, ଶୁଟ୍‌ଅଫ୍‌ରେ ୧୦-୯ ଜିତି ପ୍ରଥମ Para Series ସ୍ୱର୍ଣ୍ଣ ହାତେଇଲେ ଶୀତଲ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ପାରା ତୀରନ୍ଦାଜ ଶୀତଲ ଦେବୀ ଅହମଦାବାଦରେ ରଚିଛନ୍ତି ନୂଆ ଇତିହାସ। ବିଶ୍ୱ ଚାମ୍ପିଅନ୍‌ ଶୀତଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ କାଜାଖସ୍ତାନର ଆଇଜାଦା ସେଇଦାନଙ୍କୁ ଶୁଟ୍‌ଅଫ୍‌ରେ ୧୦-୯ରେ ପରାସ୍ତ କରି ପ୍ରଥମ ଥର ପାଇଁ ବ୍ୟକ୍ତିଗତ World Archery Para Series ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନିର୍ଦ୍ଧାରିତ ମୁକାବିଲାରେ ଉଭୟ ତୀରନ୍ଦାଜ ୧୪୪-୧୪୪ ପଏଣ୍ଟରେ ସମାନ ରହିବା ପରେ ଶୁଟ୍‌ଅଫ୍‌ରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା। ନିର୍ଣ୍ଣାୟକ ତୀରରେ ଶୀତଲ ସଠିକ୍‌ ୧୦ ପଏଣ୍ଟ ହାସଲ କରିଥିବା ବେଳେ ସେଇଦାନ ୯ ପଏଣ୍ଟରେ ଅଟକିଥିଲେ।

ଫାଇନାଲ୍‌ ପୂର୍ବରୁ ମଧ୍ୟ ଶୀତଲ ନିଜ ଦମଦାର ଫର୍ମର ପ୍ରମାଣ ଦେଇଥିଲେ। ଅହମଦାବାଦରେ ଯୋଗ୍ୟତା ପର୍ଯ୍ୟାୟରେ ସେ ୬୯୮ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଏହା ତାଙ୍କର ସିଜନ୍‌ର ଶ୍ରେଷ୍ଠ ପ୍ରଦର୍ଶନ ହେବା ସହ ନିଜ ଏସିଆନ୍‌ ରେକର୍ଡକୁ ମଧ୍ୟ ଗୋଟିଏ ପଏଣ୍ଟରେ ସୁଧାରିଥିଲା। ଶୀତଲଙ୍କ ଏହି ପ୍ରଦର୍ଶନ ଆଗାମୀ ଆଇଚି-ନାଗୋୟା ୨୦୨୬ ଏସିଆନ୍‌ ପାରା ଗେମ୍ସ ପୂର୍ବରୁ ତାଙ୍କ ଦମଦାର ପ୍ରସ୍ତୁତିକୁ ଦର୍ଶାଇଛି।

ଅହମଦାବାଦରେ ଘରୋଇ ଦର୍ଶକଙ୍କ ସମର୍ଥନ ମଧ୍ୟରେ ଶୀତଲଙ୍କ ଏହି ବିଜୟ ଭାରତୀୟ ପାରା ତୀରନ୍ଦାଜୀ ପାଇଁ ଏକ ବଡ଼ ସଫଳତା। ବିଶ୍ୱ ଚାମ୍ପିଅନ୍‌ ଓ ବିଶ୍ୱ ନମ୍ବର-୧ ଭାବେ ଶୀତଳ ଏହି ଟାଇଟଲ୍‌ ସହ ଆଗାମୀ ଏସିଆନ୍‌ ପାରା ଗେମ୍ସ ପାଇଁ ଆହୁରି ଆତ୍ମବିଶ୍ୱାସୀ ହୋଇଛନ୍ତି। ତାଙ୍କର ଶୁଟ୍‌ଅଫ୍‌ ବିଜୟ ଚାପ ମଧ୍ୟରେ ତାଙ୍କର ଅସାଧାରଣ ଏକାଗ୍ରତା ଓ ଦକ୍ଷତାର ଆଉ ଏକ ଉଦାହରଣ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories