Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gandhinagar Building Collapse: ନିର୍ମାଣାଧୀନ କୋଠାର ସ୍ଲାବ୍‌ ଭୁଶୁଡ଼ିଲା, ଫସିଥିବା ୧୫ ଶ୍ରମିକ ଉଦ୍ଧାର

ଗୁଜରାଟ: ଗୁଜରାଟର ଗାନ୍ଧୀନଗରରେ ଏକ ନିର୍ମାଣାଧୀନ କୋଠାର ସ୍ଲାବ୍‌ ଭୁଶୁଡ଼ି ପଡ଼ିବାରୁ ୧୫ ଜଣ ଶ୍ରମିକ ଫସି ଯାଇଥିଲେ। ଘଟଣା ପରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗୁରୁବାର ସକାଳ ସୁଦ୍ଧା ସମସ୍ତ ୧୫ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଅନ୍ୟ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ଡାକ୍ତରୀ ନଜର ରଖାଯାଇଛି।

ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଘଭୀ କହିଛନ୍ତି ଯେ, ସ୍ଲାବ୍‌ କେଉଁ କାରଣରୁ ଭୁଶୁଡ଼ିଲା ସେନେଇ ତଦନ୍ତ କରାଯିବ। ତଦନ୍ତ ପରେ ଘଟଣା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories