Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Rani Mukerji: ୬୨ତମ ମହାରାଷ୍ଟ୍ର ଫିଲ୍ମ ଆୱାର୍ଡରେ ରାଣୀ ମୁଖାର୍ଜୀଙ୍କୁ ବଡ଼ ସମ୍ମାନ, ମିଳିଲା ରାଜ କପୁର ସ୍ପେଶାଲ୍‌ କଣ୍ଟ୍ରିବ୍ୟୁସନ୍‌ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ୬୨ତମ ମହାରାଷ୍ଟ୍ର ରାଜ୍ୟ ଫିଲ୍ମ ପୁରସ୍କାର ସମାରୋହରେ ‘ରାଜ କପୁର ସ୍ପେଶାଲ୍‌ କଣ୍ଟ୍ରିବ୍ୟୁସନ୍‌ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ବୁଧବାର ମୁମ୍ବାଇର ରବୀନ୍ଦ୍ର ନାଟ୍ୟ ମନ୍ଦିରରେ ଆୟୋଜିତ ସମାରୋହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ରାଣୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଭାରତୀୟ ସିନେମା ପ୍ରତି ତାଙ୍କର ଦୀର୍ଘବର୍ଷର ଅବଦାନକୁ ସମ୍ମାନ ଜଣାଇ ଏହି ପୁରସ୍କାର ଦିଆଯାଇଛି।

ରାଣୀ ମୁଖାର୍ଜୀ ମୁମ୍ବାଇରେ ଜନ୍ମ ହୋଇ ବଡ଼ ହୋଇଛନ୍ତି ଏବଂ ପ୍ରାୟ ତିନି ଦଶନ୍ଧି ଧରି ମୁମ୍ବାଇ ଓ ମହାରାଷ୍ଟ୍ର ସହ ତାଙ୍କର ଗଭୀର ସମ୍ପର୍କ ରହିଛି। ପୁରସ୍କାର ଗ୍ରହଣ କରି ରାଣୀ କହିଥିଲେ ଯେ, ନିଜ ଲୋକ ଓ ନିଜ ରାଜ୍ୟରୁ ମିଳିଥିବା ଏହି ସମ୍ମାନ ତାଙ୍କ ପାଇଁ ବିଶେଷ। ମହାରାଷ୍ଟ୍ର କେବଳ ତାଙ୍କ ପାଇଁ ଏକ ରାଜ୍ୟ ନୁହେଁ, ବରଂ ଜନ୍ମଭୂମି ଓ କର୍ମଭୂମି ବୋଲି ସେ କହିଥିଲେ।

ଏହି ସମାରୋହରେ ରାଣୀ ମୁଖାର୍ଜୀଙ୍କ ବ୍ୟତୀତ ସିନେମା ଜଗତର ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପ୍ରସିଦ୍ଧ ସଙ୍ଗୀତଜ୍ଞ ପଣ୍ଡିତ ହୃଦୟନାଥ ମଙ୍ଗେଶକରଙ୍କୁ ଭି. ଶାନ୍ତାରାମ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ଏବଂ ଅଭିନେତା-ନିର୍ଦ୍ଦେଶକ ପ୍ରସାଦ ଓକଙ୍କୁ ଭି. ଶାନ୍ତାରାମ ସ୍ପେଶାଲ୍‌ କଣ୍ଟ୍ରିବ୍ୟୁସନ୍‌ ଆୱାର୍ଡ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories