Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

India-Russia Aircraft Deal: ଭାରତରେ ତିଆରି ହେବ ରୁଷିଆର ବିମାନ, IL-114 ଓ SJ-100 ନେଇ ଆଲୋଚନା ଜୋରଦାର

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଭାରତ-ରୁଷିଆ ମଧ୍ୟରେ ବିମାନ ନିର୍ମାଣ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ଆହୁରି ଜୋରଦାର ହୋଇଛି। କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି ଯେ, ଭାରତରେ ରୁଷିଆର ବିମାନ ନିର୍ମାଣ ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (HAL) ଓ ରୁଷିଆ ମଧ୍ୟରେ ହୋଇଥିବା ସହଯୋଗ ନେଇ ଆଲୋଚନାକୁ ଆହୁରି ବଢ଼ାଯାଇଛି। ବିଶେଷ କରି ଟର୍ବୋପ୍ରପ୍‌ IL-114 ଏବଂ ରିଜିଓନାଲ୍‌ ଜେଟ୍‌ SJ-100କୁ ଭାରତରେ ନିର୍ମାଣ କରିବା ନେଇ ପ୍ରକ୍ରିୟା ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ରହିଛି। ଏହି ବିମାନଗୁଡ଼ିକ ଛୋଟ ସହର ଓ ଆଞ୍ଚଳିକ ବିମାନବନ୍ଦରକୁ ଯୋଡ଼ିବା ପାଇଁ ଉପଯୋଗୀ ହେବ ବୋଲି ନାଇଡୁ କହିଛନ୍ତି।

ଭାରତରେ ନୂଆ ବିମାନବନ୍ଦର ଓ ଆଞ୍ଚଳିକ ବିମାନ ଯୋଗାଯୋଗ ବଢ଼ୁଥିବାରୁ ଏଭଳି ବିମାନର ଆବଶ୍ୟକତା ବଢ଼ିବ ବୋଲି କୁହାଯାଉଛି। ଜାନୁଆରୀ ୨୦୨୬ରେ HAL ଓ ରୁଷିଆର United Aircraft Corporation (UAC) ମଧ୍ୟରେ SJ-100ର ଭାରତରେ ଲାଇସେନ୍ସ ଅଧୀନରେ ଉତ୍ପାଦନ ନେଇ ସହଯୋଗ ଚୁକ୍ତି ହୋଇଥିଲା। ରୁଷିଆ ପକ୍ଷରୁ ଏବେ କୁହାଯାଇଛି ଯେ, SJ-100 ଉତ୍ପାଦନ ପାଇଁ ଲାଇସେନ୍ସିଂ ଚୁକ୍ତିର ୮୦ ପ୍ରତିଶତରୁ ଅଧିକ କାମ ଶେଷ ହୋଇଛି ଏବଂ ଏହାକୁ ଶୀଘ୍ର ଚୂଡ଼ାନ୍ତ କରିବା ଲକ୍ଷ୍ୟ ରହିଛି। ଏହା ସହ IL-114-300 ନେଇ ମଧ୍ୟ ଭାରତ ସହ ଆଲୋଚନା ଆଗକୁ ବଢ଼ୁଛି।

ଭାରତ-ରୁଷିଆର ଏହି ସହଯୋଗ ଦ୍ୱାରା ଦୁଇ ଦେଶର ସମ୍ପର୍କ କେବଳ ପ୍ରତିରକ୍ଷା କ୍ଷେତ୍ରରେ ସୀମିତ ନରହି ବେସାମରିକ ବିମାନ ନିର୍ମାଣ ଓ ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରକୁ ମଧ୍ୟ ବିସ୍ତାର ହୋଇପାରେ। ଭାରତରେ SJ-100 ଭଳି ବିମାନ ନିର୍ମାଣ ହେଲେ ଦେଶୀୟ ବିମାନ ଉତ୍ପାଦନ କ୍ଷମତା ବଢ଼ିବା ସହ ଛୋଟ ସହରଗୁଡ଼ିକୁ ବିମାନ ଯୋଗାଯୋଗ ଦେବାରେ ମଧ୍ୟ ସହାୟତା ମିଳିପାରେ। ରୁଷିଆର UAC ମଧ୍ୟ ଭାରତୀୟ ବଜାର ପାଇଁ SJ-100, IL-114-300 ଓ MC-21 ଭଳି ବିମାନକୁ ଆଗକୁ ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories