Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bargarh Firing: କେନାଲ ରୋଡ୍‌ରେ ସମିତିସଭ୍ୟଙ୍କୁ ଗୁଳିମାଡ଼, ଘଟଣାସ୍ଥଳରେ ଚାଲିଗଲା ଜୀବନ

ବରଗଡ଼: ବରଗଡ଼ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ଗୁଳିକାଣ୍ଡ। ଆଗଲପୁର ଅଞ୍ଚଳର ସମିତିସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ବରପାଲି-ଆଗଲପୁର କେନାଲ ରୋଡ୍‌ରେ ଏହି ଘଟଣା ଘଟିଛି। ଅଚ୍ୟୁତାନନ୍ଦ ଗାଡ଼ିରେ ବସିଥିବା ସମୟରେ ତାଙ୍କୁ ଟାର୍ଗେଟ୍‌ କରି ଗୁଳି ଚଳାଯାଇଥିବା କୁହାଯାଉଛି।

ଗୁଳିମାଡ଼ ପରେ ଅଚ୍ୟୁତାନନ୍ଦ ନାୟକ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

ତେବେ କେଉଁ କାରଣରୁ ଅଚ୍ୟୁତାନନ୍ଦଙ୍କୁ ଗୁଳି କରାଗଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ପଛରେ ରାଜନୈତିକ ଶତ୍ରୁତା, ପୁରୁଣା ବିବାଦ ନା ଅନ୍ୟ କୌଣସି କାରଣ ରହିଛି, ତାହାର ତଦନ୍ତ କରୁଛି ପୁଲିସ। ଗୁଳିକାଣ୍ଡରେ କେତେ ଜଣ ଦୁର୍ବୃତ୍ତ ସାମିଲ ଥିଲେ ଏବଂ ସେମାନେ କିଏ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories