Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦୦ ଫୁଟ ଗଭୀର ବୋରୱେଲକୁ ଖସିପଡିଲା ଅଢେଇ ବର୍ଷର କୁନି ଝିଅ; ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭୋପାଳ: ଭୋପାଳ ମଧ୍ୟପ୍ରଦେଶର ସେହୋର ଜିଲ୍ଲାରେ ପ୍ରାୟ ୩୦୦ ଫୁଟ ଗଭୀର ଥିବା ବୋରୱେଲ ଭିତରକୁ ଖସିପଡିଛି ଏକ ଅଢେଇ ବର୍ଷର କୁନି ଝିଅ। କୁନି ଝିଅଟି ଏବେ ୨୦ ଫୁଟ ଗଭୀର ତଳେ ଫସି ରହିଛି। ତାକୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ପ୍ରୟାସ ଜାରି ରହିିଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ରାହୁଲ କୁଶୱାଙ୍କର ଅଢେଇ ବର୍ଷର ଝିଅ ସୃଷ୍ଟି। ସେ ଘର ନିକଟରେ ଥିବା ପଡ଼ିଆରେ ଖେଳୁଥିଲା। ଖେଳୁଥିବା ସମୟରେ ସେ ଖୋଲାଥିବା ବୋରୱେଲ ଭିତରକୁ ଖସିପଡ଼ିଥିଲା। ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀ ଝିଅଟିକୁ ବାହାରକୁ ଆଣିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଟୁଇଟ୍‌ ଜରିଆରେ କହିଛନ୍ତି ଯେ ସେହୋରର ଜିଲ୍ଲାରେ ଏକ ଅଢେଇ ବର୍ଷର କୁନି ଝିଅ ବୋ‌ରୱେଲ ଭିତରକୁ ପଡିଯିବା ଘଟଣା ବେଶ ଦୁଃଖଦାୟକ।ଏହି ସୂଚନା ପାଇବା ପରେ ଏନଡିଆରଏଫ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ବୋରୱେଲରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। । ସେ ଲେଖିଛନ୍ତି, “ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ମୁଁ ମଧ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି। ଉଦ୍ଧାରକାରୀ ଦଳ ଶିଶୁଟିକୁ ସୁରକ୍ଷିତ ଭାବେ ବାହାର କରିବାକୁ ଚେଷ୍ଟା କରୁଛନ୍ତି।