Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SBI Bank Robbery: ବ୍ୟାଙ୍କରେ ପଶି କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିଲା ଦୁର୍ବୃତ୍ତ, ୪ ଲକ୍ଷ ଟଙ୍କା ନେଇ ଫେରାର

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁରରେ ଏସ୍‌ବିଆଇ ବ୍ୟାଙ୍କ ଶାଖାରେ ଘଟିଛି ଚାଞ୍ଚଲ୍ୟକର ଲୁଟ୍‌। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜଣେ ବ୍ୟକ୍ତି ସାଧାରଣ ଗ୍ରାହକ ଭାବେ ବ୍ୟାଙ୍କ ଭିତରକୁ ପଶିଥିଲା। ହଠାତ୍‌ ସେ ନିଜ ପାଖରେ ଲୁଚାଇ ରଖିଥିବା ଲଙ୍କାଗୁଣ୍ଡ ବାହାର କରି ବ୍ୟାଙ୍କ କର୍ମଚାରୀଙ୍କ ଆଖିରେ ଫିଙ୍ଗି ଦେଇଥିଲା। ଲଙ୍କାଗୁଣ୍ଡ ଆଖିରେ ପଡ଼ିବା ପରେ କର୍ମଚାରୀମାନେ ଯନ୍ତ୍ରଣାରେ ଛଟପଟ ହୋଇ ଏଣେତେଣେ ଦୌଡ଼ିଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତ କ୍ୟାଶ୍‌ କାଉଣ୍ଟରରୁ ୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା।

ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ବ୍ୟାଙ୍କର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଅଭିଯୁକ୍ତ ଲାଲ୍‌ କୁର୍ତ୍ତା ଓ କଳା ପାଇଜାମା ପିନ୍ଧିଥିବା ବେଳେ ମୁହଁକୁ ସମ୍ପୂର୍ଣ୍ଣ ଢାଙ୍କି ରଖିଥିବା ଦେଖାଯାଇଛି। ଲଙ୍କାଗୁଣ୍ଡ ଫିଙ୍ଗିବା ପରେ ଦୁଇରୁ ତିନି ଜଣ କର୍ମଚାରୀ ନିଜକୁ ବଞ୍ଚାଇବା ପାଇଁ ଦୌଡ଼ୁଥିବା ଦେଖାଯାଇଛି। ଅଭିଯୁକ୍ତ ପଛରେ ଦୌଡ଼ିବା ସହ ଲୁଟ୍‌ ଟଙ୍କା ନେଇ ବ୍ୟାଙ୍କରୁ ବାହାରି ଯାଇଥିଲା। କର୍ମଚାରୀ ଓ ସୁରକ୍ଷାକର୍ମୀ ତାକୁ ପିଛା କରିଥିଲେ ମଧ୍ୟ ଭିଡ଼ର ସୁଯୋଗ ନେଇ ସେ ଖସିଯାଇଥିଲା।

ଘଟଣା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ବ୍ୟାଙ୍କ ଭିତର ଓ ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଭିଯୁକ୍ତର ଚେହେରା ଓ ତା’ର ଯିବା ଦିଗ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ଲୁଟ୍‌ର ମାତ୍ର ୩୦ ମିନିଟ୍‌ ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଧରିବା ସହ ତା’ଠାରୁ ସମ୍ପୂର୍ଣ୍ଣ ୪ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା। ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଓ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories