Tina Nandy Viral Video: ଟିନା ନନ୍ଦୀଙ୍କ ଭିଡିଓ ଭାଇରାଲ, ରାଉରକେଲା ସର୍କିଟ ହାଉସକୁ ନେଇ ଉଠିଲା ବଡ଼ ପ୍ରଶ୍ନ
ରାଉରକେଲା: ବୋଲ୍ଡ କଣ୍ଟେଣ୍ଟ ଓ ଏଡଲ୍ଟ ୱେବ୍ ସିରିଜରେ ଅଭିନୟ ପାଇଁ ଚର୍ଚ୍ଚିତ ଅଭିନେତ୍ରୀ ତଥା ମଡେଲ ଟିନା ନନ୍ଦୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ପୁଣିଥରେ ରାଉରକେଲା ସର୍କିଟ ହାଉସ ଚର୍ଚ୍ଚାକୁ ଆସିଛି। ଟିନା ନିଜ ଭିଡିଓରେ ନୂଆବର୍ଷ ସମୟରେ ରାଉରକେଲା ଆସିଥିବା ଏବଂ ସର୍କିଟ ହାଉସରେ ତାଙ୍କ ଆତିଥ୍ୟ କରାଯାଇଥିବା ବିଷୟରେ କହିଛନ୍ତି। ସେ ଏକ ସୁଟିଂ କାମ ପାଇଁ ରାଉରକେଲା ଆସିଥିବା କଥା ମଧ୍ୟ ଭିଡିଓରେ ଉଲ୍ଲେଖ କରିଛନ୍ତି।
ଟିନାଙ୍କ ଭିଡିଓରେ ଜଣେ SP ଏବଂ ଏକ ଘରୋଇ କମ୍ପାନୀର CEOଙ୍କ ନାମ ମଧ୍ୟ ଆସିଛି। ସେ କହିଛନ୍ତି, ସମ୍ପୃକ୍ତ କମ୍ପାନୀର CEO ତାଙ୍କୁ ଏୟାରପୋର୍ଟରୁ ନିଜେ ଅଡି ଗାଡ଼ି ଚଳାଇ ସର୍କିଟ ହାଉସକୁ ନେଇ ଆସିଥିଲେ। ଏହାପରେ ଘଟଣାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠିଛି। ବିଶେଷକରି, ଜଣେ ଅଭିନେତ୍ରୀଙ୍କୁ ସରକାରୀ ସର୍କିଟ ହାଉସରେ ରହିବାକୁ କିଏ ଅନୁମତି ଦେଇଥିଲେ? ତାଙ୍କ ରହଣି ପଛରେ କେଉଁ SP ଓ CEOଙ୍କ ଭୂମିକା ଥିଲା? ଏବଂ ସର୍କିଟ ହାଉସରେ ରହିବା ପାଇଁ କେଉଁ ନିୟମ ଅନୁସାରେ ତାଙ୍କୁ ଅନୁମତି ମିଳିଥିଲା—ଏହି ସବୁ ପ୍ରଶ୍ନ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।
ଏହାସହ ଟିନା ନନ୍ଦୀ ନିଜ ସୋସିଆଲ ମିଡିଆରେ ରାଉରକେଲା ଗସ୍ତ ସମୟର କିଛି ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଥିଲେ। ଜଣେ ଓଡ଼ିଆ ଏଡଲ୍ଟ ଅଭିନେତାଙ୍କ ସହ ତାଙ୍କର କିଛି ଭିଡିଓ ମଧ୍ୟ ରହିଛି। ଏବେ ଟିନାଙ୍କ ଭାଇରାଲ ଭିଡିଓ ପରେ ରାଉରକେଲା ସର୍କିଟ ହାଉସରେ ତାଙ୍କ ରହଣିକୁ ନେଇ ଅଧିକ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ SP, କମ୍ପାନୀ CEO ଏବଂ ସର୍କିଟ ହାଉସରେ ରହିବାକୁ ଅନୁମତି ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିଲେ ଘଟଣାର ପୂରା ଚିତ୍ର ସ୍ପଷ୍ଟ ହେବ।

