Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

POCSO Case: ୬ ବର୍ଷର ଭାଣିଜୀକୁ ଦୁଷ୍କର୍ମ ଓ ହତ୍ୟା, ୨୪ ବର୍ଷୀୟ ମାମୁଁଙ୍କୁ ମୃତ୍ୟୁଦଣ୍ଡ

ଛତିଶଗଡ଼: ଛତିଶଗଡ଼ର ଦୁର୍ଗରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲାରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି ସ୍ୱତନ୍ତ୍ର POCSO କୋର୍ଟ। ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକଙ୍କ ନାମ ସୋମେଶ ଯାଦବ। ୨୦୨୫ ଏପ୍ରିଲ୍‌ରେ ସେ ନିଜ ୬ ବର୍ଷର ଭାଣିଜୀକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ମାମଲାରେ କୋର୍ଟ ତାଙ୍କୁ ଦୋଷୀ ଘୋଷଣା କରିଥିଲେ।

ମାମଲାରେ କୋର୍ଟ ସୋମେଶ ଯାଦବଙ୍କୁ POCSO ଆଇନର ଧାରା ୬(୧) ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଓ ୨୩୮(ଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ POCSO ଆଇନ ଓ BNS ଧାରା ୧୦୩(୧) ଅନୁଯାୟୀ ୫ ହଜାର ଟଙ୍କା ଜରିମାନା ଏବଂ BNS ଧାରା ୨୩୮(ଏ) ଅନୁଯାୟୀ ୫ ବର୍ଷର କଠୋର କାରାଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି।

ଏହି ମାମଲାରେ ଶିଶୁଙ୍କ ବିରୋଧରେ ହୋଇଥିବା ଗୁରୁତର ଅପରାଧକୁ କୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। ଦୁଷ୍କର୍ମ ଓ ହତ୍ୟା ଭଳି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୪ ବର୍ଷୀୟ ସୋମେଶ ଯାଦବଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଦୁର୍ଗର ସ୍ୱତନ୍ତ୍ର POCSO କୋର୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ