Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Prajwal Revanna: ଜେଲ୍‌ରେ ମୋବାଇଲ୍‌ ଧରିଥିବା ବେଳେ ଧରାପଡ଼ିଲେ ପ୍ରଜ୍ୱଳ ରେଭନ୍ନା, ଫୋନ୍‌ରୁ ମିଳିଲା ଅଶ୍ଳୀଳ ଭିଡିଓ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଜେଡିଏସ୍‌ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କୁ ନେଇ ପୁଣି ଚର୍ଚ୍ଚା ତୀବ୍ର ହୋଇଛି। ଜେଲ୍‌ରେ ତାଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲ୍‌ ଫୋନ୍‌ ଓ ଅନ୍ୟ ଇଲେକ୍ଟ୍ରୋନିକ୍‌ ଉପକରଣର ଫରେନ୍ସିକ୍‌ ଯାଞ୍ଚରେ ଅନେକ ଅଶ୍ଳୀଳ ଭିଡିଓ ଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୧ ତାରିଖରେ ଅପରାଧ ଶାଖା ଅଧିକାରୀଙ୍କ ଅଚାନକ ଚଢ଼ାଉ ସମୟରେ ଜେଲ୍‌ କୋଠରୀ ଭିତରେ ରେଭନ୍ନା ମୋବାଇଲ୍‌ ବ୍ୟବହାର କରୁଥିବା ଧରାପଡ଼ିଥିଲେ।

ଚଢ଼ାଉ ସମୟରେ ଅଧିକାରୀମାନେ ତାଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ସହ ଚାର୍ଜର, ପେନ୍‌ଡ୍ରାଇଭ୍‌ ଓ ଏକ ନୋଟ୍‌ବୁକ୍‌ ଜବତ କରିଥିଲେ। ଏହାପରେ ଫୋନ୍‌ ଓ ପେନ୍‌ଡ୍ରାଇଭ୍‌କୁ ଫରେନ୍ସିକ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଯାଞ୍ଚ ରିପୋର୍ଟରେ ମୋବାଇଲ୍‌ରୁ ଅନେକ ଅଶ୍ଳୀଳ ଭିଡିଓ ଏବଂ ପେନ୍‌ଡ୍ରାଇଭ୍‌ରୁ ୱେବ୍‌ ସିରିଜ୍‌ ମିଳିଥିବା ସୂଚନା ଆସିଛି। ଘଟଣା ପରେ ଜଣେ ଜେଲ୍‌ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ସହ ଏନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

ପ୍ରଜ୍ୱଳ ରେଭନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ଏବଂ କେନ୍ଦ୍ରମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀଙ୍କ ପୁତୁରା। ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଭିଡିଓ ପ୍ରସାରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ବେଙ୍ଗାଲୁରୁର ପରପ୍ପନା ଅଗ୍ରହାରା କେନ୍ଦ୍ରୀୟ କାରାଗାରରେ ଆଜୀବନ ଦଣ୍ଡ ଭୋଗୁଛନ୍ତି। ଜେଲ୍‌ ଭିତରେ ବ୍ୟକ୍ତିଗତ ମୋବାଇଲ୍‌, ସିମ୍‌ କାର୍ଡ ଓ ଅନ୍ୟ ଇଲେକ୍ଟ୍ରୋନିକ୍‌ ଯୋଗାଯୋଗ ଉପକରଣ ବ୍ୟବହାର ନିଷିଦ୍ଧ ଥିବାରୁ ଏହି ଘଟଣା ପୁଣିଥରେ ଜେଲ୍‌ରେ ଭିଆଇପି ବନ୍ଦୀଙ୍କୁ ମିଳୁଥିବା ବିଶେଷ ସୁବିଧା ନେଇ ପ୍ରଶ୍ନ ଉଠାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories