Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Orangutan Rescue: ଭୋଗରାଇ ଓରାଙ୍ଗଉଟାନ୍‌ ମାମଲାରେ ବଢ଼ିଲା ତଦନ୍ତ, ଦୀଘା ହୋଟେଲ ମ୍ୟାନେଜରଙ୍କୁ STFର ଜେରା

ବାଲେଶ୍ୱର: ବାଲେଶ୍ୱରର ଭୋଗରାଇରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣାରେ ତଦନ୍ତର ଗତି ବଢ଼ିଛି। ଏହି ବନ୍ୟପ୍ରାଣୀ ଭୋଗରାଇ ଅଞ୍ଚଳକୁ କିପରି ଆସିଲା ଏବଂ ଏହା ପଛରେ କାହାର ଭୂମିକା ରହିଛି, ସେନେଇ ଓଡ଼ିଶା STF ପଶ୍ଚିମବଙ୍ଗରେ ଛାନଭିନ୍‌ କରୁଛି। ଦୀଘାର ଏକ ଘରୋଇ ହୋଟେଲକୁ ନେଇ ସନ୍ଦେହ ବଢ଼ିଥିବାରୁ ତଦନ୍ତକାରୀ ଟିମ୍‌ ମ୍ୟାନେଜରଙ୍କୁ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଛି।

ଏହି ମାମଲାରେ ଗତକାଲି ହୋଟେଲରୁ ୩ ଜଣଙ୍କୁ STF ଅଟକ ରଖିଥିଲା। ସେମାନଙ୍କୁ ପଚରାଉଚରା ବେଳେ ମିଳିଥିବା ତଥ୍ୟକୁ ଆଧାର କରି ଏବେ ତଦନ୍ତକୁ ଆଗକୁ ନିଆଯାଉଛି। ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କର ମଧ୍ୟ ଘଟଣା ସହ ସମ୍ପର୍କ ଥାଇପାରେ ବୋଲି ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି। ଉଭୟଙ୍କ ଘର ହାଓଡ଼ା ଅଞ୍ଚଳରେ ହୋଇଥିବା ବେଳେ ତଦନ୍ତ ସମୟରେ ସେମାନେ ଫେରାର ଥିବା ସୂଚନା ମିଳିଛି।

ଓରାଙ୍ଗଉଟାନ୍‌ ଭଳି ସୁରକ୍ଷିତ ବନ୍ୟପ୍ରାଣୀ ଓଡ଼ିଶାକୁ ଆସିବା ପଛରେ କୌଣସି ବଡ଼ ଚାଲାଣ ଚକ୍ର ରହିଛି କି ନାହିଁ, ସେ ଦିଗକୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି। ଦୀଘା ହୋଟେଲରୁ ମିଳୁଥିବା ସୂଚନା ଓ ଅନ୍ୟାନ୍ୟ ତଥ୍ୟକୁ ଯାଞ୍ଚ କରି ଓରାଙ୍ଗଉଟାନ୍‌ର ଗତିବିଧି ସମ୍ପର୍କରେ ତଥ୍ୟ ଯୋଡ଼ୁଛି STF। ତଦନ୍ତ ଶେଷ ହେବା ପରେ ଏହି ଘଟଣା ପଛର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories