Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Lucknow: ପ୍ରେମିକଙ୍କ ସହ ଯିବାକୁ ଜିଦ୍‌ ଧରିଲେ ସ୍ତ୍ରୀ, ପୂର୍ବତନ ପ୍ରେମିକଙ୍କ ସହ ବିବାହ କରାଇଦେଲେ ସ୍ୱାମୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିବାହ ପରେ ସ୍ତ୍ରୀ ନିଜ ପୂର୍ବତନ ପ୍ରେମିକଙ୍କ ସହ ଚାଲିଯିବା ପରେ ସ୍ୱାମୀ ତାଙ୍କୁ ଫେରାଇ ଆଣିବା ବଦଳରେ ପୂର୍ବତନ ପ୍ରେମିକଙ୍କ ସହ ବିବାହ କରାଇଦେଇଥିବା ଜଣାପଡ଼ିଛି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ମହିଳାଙ୍କ ବିବାହ ପ୍ରାୟ ଏକ ବର୍ଷ ପୂର୍ବେ ଜଣେ ପିଆରଡି ଯବାନଙ୍କ ସହ ହୋଇଥିଲା। କିନ୍ତୁ ଚାରି ଦିନ ପୂର୍ବେ ସେ ହଠାତ୍‌ ଘର ଛାଡ଼ି ନିଜ ପୂର୍ବତନ ପ୍ରେମିକଙ୍କ ସହ ହରଦୋଇ ଚାଲିଯାଇଥିଲେ। ପରିବାର ପକ୍ଷରୁ ମହିଳା ନିଖୋଜ ଥିବା ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା।

ପରେ ପୁଲିସ ମହିଳାଙ୍କ ଅବସ୍ଥିତି ଜାଣିବା ସହ ତାଙ୍କୁ ପୂର୍ବତନ ପ୍ରେମିକଙ୍କ ସହ ଠାବ କରିଥିଲା। ମହିଳା ଜଣକ ନିଜ ସ୍ୱାମୀଙ୍କ ପାଖକୁ ଫେରିବାକୁ ରାଜି ନହେବା ସହ ପୂର୍ବତନ ପ୍ରେମିକଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ସ୍ୱାମୀ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ପୂର୍ବତନ ପ୍ରେମିକଙ୍କ ସହ ତାଙ୍କ ବିବାହ କରାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories