Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀ ଅଙ୍କିତା ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କଲେ ଶିକ୍ଷକ ଶିକ୍ଷୟିତ୍ରୀ।

କଳାହାଣ୍ଡି,୧୨/୦୯
ପୂର୍ବରୁ କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଛାତ୍ରୀ ଅଙ୍କିତା ପଟ୍ଟନାୟକ ବର୍ତ୍ତମାନ ଜବାହର ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ। ଅଙ୍କିତା ମଧ୍ୟରେ ଥିବା ପ୍ରତିଭା ଶିଶୁ ମହୋତ୍ସବ ସୁରଭି ରେ ପ୍ରସ୍ଫୁଟିତ ହୋଇଥିବା ବେଳେ କିଛିଦିନ ପୂର୍ବରୁ ସେ ବାଙ୍ଗାଲୋର ରେ ଆୟୋଜିତ କାର୍ଯ୍ୟକ୍ରମ “ହେକାଥନ ହେକ ଟୁ ଫିୟୁଚର” କାର୍ଯ୍ୟକ୍ରମ ରେ ଆଗାମୀ ସମୟରେ ଏ.ଆଇ ର ମାନବ ସମାଜ ଉପରେ କଣ ପ୍ରଭାବ ଓ ଗୁରୁତ୍ୱ ରହିବ ସେନେଇ ପେନାଲ ଆଲୋଚନା ରେ ବରିଷ୍ଠ ଓ ବିଶେଷଜ୍ଞ ଙ୍କ ସହ ଅଂଶଗ୍ରହଣ କରିଥିଲେ ଓ ଉଚ୍ଚ ପ୍ରଶଂସିତ ହୋଇଥିଲେ। ନିଜ ବିଦ୍ୟାଳୟ ରେ ପଢିଥିବା ଛାତ୍ରୀ ର ସଫଳତା କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀଵାଲା ନାଏକ ଙ୍କ ସଭାପତିତ୍ୱ ରେ ଛାତ୍ରୀ ଅଙ୍କିତା ପାଇଁ ଏକ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ଶ୍ରୀମନ୍ତ ଧରୁଆ, ମୁଖ୍ୟ ବକ୍ତା ଭାବେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଦୁର୍ଯୋଧନ ବାଗ,ଦୁର୍ଯୋଧନ ନାୟକ,ଦିଗନ୍ତ ପଟ୍ଟନାୟକ, ବବୃ ବାହାନ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ।ଛାତ୍ରୀ ଅଙ୍କିତା ପଟ୍ଟନାୟକ ର ସଫଳତା ପଛରେ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଜୟଶ୍ରୀ ଵାଲା ନାଏକ ଙ୍କ ଶିକ୍ଷା,ମନୋବଳ ବୃଦ୍ଧି କରିବା ରେ ରହିଥିବା ଚେଷ୍ଟା ଆଜି ଛାତ୍ରୀ ଅଙ୍କିତା କୁ କଳାହାଣ୍ଡି ରୁ ବାଙ୍ଗାଲୋର ସହର ରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଆମ ଜିଲ୍ଲା ଓ ବ୍ଲକ ପାଇଁ ଗୌରବ ବୋଳି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଦୟା ସାଗର ଘି, ଶିକ୍ଷୟିତ୍ରୀ ସୁଷମା ନାଏକ, ରୁନି ନାଏକ, ଗୀତାଞ୍ଜଳି ଶବର, ରୁକ୍ମଣୀ ଶବର ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଅଙ୍କିତା ପଟ୍ଟନାୟକ କୁ ସମ୍ବର୍ଦ୍ଧନା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ