Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Asian Games 2026: ୧୦ ମିଟର ଏୟାର ରାଇଫଲରେ ଭାରତକୁ ରୌପ୍ୟ, ରୁଦ୍ରାଙ୍କ୍ଷ-ହିମାଂଶୁଙ୍କ ଦମଦାର ପ୍ରଦର୍ଶନ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬: ଆଇଚି-ନାଗୋୟା ଏସିଆନ୍ ଗେମ୍ସରେ ଭାରତୀୟ ଶୁଟରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ସୋମବାର ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ଦଳଗତ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତିଛି। ରୁଦ୍ରାଙ୍କ୍ଷ ପାଟିଲ, ହିମାଂଶୁ ଧିଲ୍ଲୋଁ ଓ ପାର୍ଥ ମାନେଙ୍କ ଦଳ ମୋଟ ୧୮୯୦.୧ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛି। ଚୀନ୍‌ ସ୍ୱର୍ଣ୍ଣ ଜିତିଥିବା ବେଳେ ଦକ୍ଷିଣ କୋରିଆ ବ୍ରୋଞ୍ଜ ପଦକ ହାସଲ କରିଛି।

ଦଳଗତ ଇଭେଣ୍ଟରେ ରୁଦ୍ରାଙ୍କ୍ଷ ୬୩୧.୮ ପଏଣ୍ଟ, ହିମାଂଶୁ ୬୩୦ ପଏଣ୍ଟ ଓ ପାର୍ଥ ୬୨୮.୩ ପଏଣ୍ଟ ସ୍କୋର କରିଥିଲେ। ଏହି ପ୍ରଦର୍ଶନ ସହ ରୁଦ୍ରାଙ୍କ୍ଷ ଓ ହିମାଂଶୁ ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ର ବ୍ୟକ୍ତିଗତ ଫାଇନାଲ୍‌ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି।

ଏହି ରୌପ୍ୟ ସହ ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ବିଶେଷ କଥା ହେଉଛି, ଏପର୍ଯ୍ୟନ୍ତ ଭାରତର ସମସ୍ତ ୩ଟି ପଦକ ଶୁଟିଂରୁ ଆସିଛି। ଏହା ପୂର୍ବରୁ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଦଳଗତ ଇଭେଣ୍ଟରେ ଭାରତ ରୌପ୍ୟ ଜିତିଥିବା ବେଳେ ଏଲାଭେନିଲ ଭାଲାରିଭାନ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories