Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନାବାଳକ ନିଖୋଜ ଥାନା ରେ ଅଭିଯୋଗ କଲେ ବାପା

କୋକସରା: କୋକସରା ଥାନା ଅନ୍ତର୍ଗତ ମଜୁରସାହି ଗ୍ରାମର ବନ ବିହାରୀ ନିଆଲ ଙ୍କ ୧୪ ବର୍ଷ ର ପୁଅ ଦିନେସ କୁମାର ନିଆଲ(ଚିନ୍ତୁ) ମଙ୍ଗଳବାର ଠାରୁ ନିଖୋଜ ରହିଥିବା ନେଇ ତାଙ୍କ ବାପା କୋକସରା ଥାନା ରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଦିନେଶ ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ର ଛାତ୍ର ରହିଥିଲେ।ମଙ୍ଗଳବାର ଦିନେଶ ନିକଟସ୍ଥ ଫୁଫଗା ସାପ୍ତାହିକ ବଜାର କୁ ଯାଇ ଆଉ ଘର କୁ ଫେରି ନାହାଁନ୍ତି। ପରିବାର ବର୍ଗ ପକ୍ଷରୁ ଦିନେଶ ର ସାଙ୍ଗସାଥି ଙ୍କୁ ପଚାରିବା ସହ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ବୁଧବାର କୋକସରା ଥାନା ରେ ନିଖୋଜ ରହିଥିବା ନେଇ ଅଭିଯୋଗ କରିଛନ୍ତି ।।ଏନେଇ କୋକସରା ଥାନା ପକ୍ଷରୁ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି।