Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଟ୍ରେନ ଦୁର୍ଘଟଣା ରେ ମୃତକ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

କୋକସରା: କରମଣ୍ଡଳ ଟ୍ରେନ ଦୁର୍ଘଟଣା ରେ ମୃତକ ଯାତ୍ରୀ ଙ୍କ ଅମର ଆତ୍ମା ର ସଦଗତି କାମନା କରି ବୁଧବାର କୋକସରା ବ୍ଲକ ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସରସ୍ୱତୀ ଶିଶୁ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଗୁଣନିଧି ବାଗ ଙ୍କ ସଭାପତିତ୍ୱ ରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା କରିବା ସହ ଗୁରୁତର ଓ ଆହତ ଙ୍କ ଆଶୁ ଆରୋଗ୍ୟ ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥିଲେ। ଉଦ୍ଧାର କାର୍ଯ୍ୟ ରେ ଦିନରାତି ସହଯୋଗ କରିଥିବା ବାଲେଶ୍ଵର ଜନସାଧାରଣ, ସ୍ୱେଚ୍ଛାସେବୀ, ପୋଲିସ, ଏନଡିଆରଏଫ,ଡାକ୍ତର, ସ୍ଵାସ୍ଥ୍ୟ କର୍ମଚାରୀ ଓ ବାଲେଶ୍ଵର ଓ କଟକ ର ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ରକ୍ତଦାତା ଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି ଶ୍ରଦ୍ଧାଞ୍ଜଳି ସଭା ରେ ସଙ୍ଘ ର ସମ୍ପାଦକ ମିନିକେତନ ପ୍ରଧାନୀ,ଜଗବନ୍ଧୁ ମାଝୀ, କେଶବ ଚନ୍ଦ୍ର ନାଏକ, ବୁଟୁନାଥ ସରାବୁ, ଜୟଲାଲ ନାଏକ,ମୁକ୍ତେଶ୍ଵର ପଟ୍ଟନାୟକ, ଅଶୋକ ମାଝୀ, ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ