Vedant Madhavan: ଫାଇନାଲରୁ ଅଳ୍ପ ଦୂରରେ ରହିଲେ ଆର.ମାଧବନଙ୍କ ପୁଅ, ୪x୨୦୦ ମିଟର ରିଲେରେ ଭାରତକୁ ମିଳିଲା ୯ମ ସ୍ଥାନ
ନୂଆଦିଲ୍ଲୀ: ଅଭିନେତା ଆର.ମାଧବନଙ୍କ ପୁଅ ବେଦାନ୍ତ ମାଧବନ ଭାରତୀୟ ସ୍ୱିମିଂ ଟିମ୍ ସହ ୪x୨୦୦ ମିଟର ଫ୍ରିଷ୍ଟାଇଲ୍ ରିଲେରେ ଅଂଶଗ୍ରହଣ କରିଛନ୍ତି। ବେଦାନ୍ତଙ୍କ ସହ ସାଜନ ପ୍ରକାଶ, ଧକ୍ଷଣ ଶଶୀକୁମାର ଏବଂ ଅନୀଶ ସୁନୀଲ ଭାରତୀୟ ଦଳରେ ଥିଲେ। ଏହି ରିଲେରେ ମୋଟ ୧୩ଟି ଦଳ ଅଂଶଗ୍ରହଣ କରିଥିଲା।
ଭାରତୀୟ ଚତୁର୍ଥୀ ୭ ମିନିଟ୍ ୨୪.୩୨ ସେକେଣ୍ଡ ସମୟ ନେଇ ନବମ ସ୍ଥାନରେ ରହିଥିଲା। ଫଳରେ ଦଳ ଫାଇନାଲ୍ରେ ପ୍ରବେଶ କରିପାରିନଥିଲା। ଫାଇନାଲ୍ ଟିକେଟ୍ ହାତଛଡ଼ା ହୋଇଥିଲେ ମଧ୍ୟ ଏହି ପ୍ରତିଯୋଗିତା ବେଦାନ୍ତଙ୍କ ସ୍ୱିମିଂ ଯାତ୍ରାରେ ଆଉ ଏକ ଅଭିଜ୍ଞତା ଯୋଡ଼ିଛି।
ବେଦାନ୍ତ ମାଧବନ ଦୀର୍ଘଦିନ ଧରି ସ୍ୱିମିଂରେ ଭାରତକୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ଏଥର ରିଲେରେ ଭାରତୀୟ ଦଳ ଫାଇନାଲ୍ରୁ ବଞ୍ଚିତ ହୋଇଥିଲେ ମଧ୍ୟ ଆଗାମୀ ପ୍ରତିଯୋଗିତାରେ ଏହି ଯୁବ ସ୍ୱିମରଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

