Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଛକଟାକୁ ନେଇ ଦୁଇ ଭାଇ ଙ୍କ ଗଣ୍ଡଗୋଳର ତଦନ୍ତ କରିବାକୁ ଯାଇ ପୁଲିସ୍ ଗ୍ରାମବାସୀଙ୍କ ଦ୍ଵାରା ମାଡ ଖାଇଲା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ଙ୍କୁ ତିଲେଇମାଲ ଗ୍ରାମର କେତେକ ଲୋକ ଆକ୍ରମଣ କରିବା ସହିତ ମାଡ ମାରିଛନ୍ତି । ତେବେ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ସାଧା ପୋଷାକରେ ତଦନ୍ତ ପାଇଁ ଆସିଥିବା ଏଏସଆଇ ଙ୍କ ତଦନ୍ତ ନିରପେକ୍ଷ ନ ଥିଲା। ସୁଚନାମତେ ଗଛ କଟା କୁ ନେଇ ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଲ ଗ୍ରାମର ଦୁଇ ଭାଇ ରତ୍ନମଣୀ ପଧାନ ଓ ସୁବାଷ ପଧାନ ଙ୍କ ମଧ୍ୟରେ ରବିବାର ଗଣ୍ଡଗୋଳ ହୋଇଥିଲା । ଏନେଇ ରନ୍ତମଣୀ ରବିବାର ସନ୍ଧ୍ୟାରେ ପ୍ରଥମେ ସୁବଳୟା ଥାନାକୁ ଯାଇ ଅଭିଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗ କୁ ପୋଲିସ ଗ୍ରହଣ କରି ନ ଥିବା ରତ୍ନମଣି ପ୍ରକାଶ କରିଛନ୍ତି। ପରେ ସୁବାଷ ମଧ୍ୟ ସୁବଳୟା ଥାନାରେ ଉକ୍ତ ଗଣ୍ଡଗୋଳ କୁ ନେଇ ଅଭିଯୋଗ କରିଥିଲେ। ସୁବାଷ ଙ୍କ ଅଭିଯୋଗ କ୍ରମରେ କେସ ନଂ ୮୦/୨୩ରେ ଏକ ମାମଲା ରୁଜୁ କରିଥିଲା ପୋଲିସ । ପରେ ପୁଣିଥରେ ସୋମବାର ରତ୍ନମଣି ଥାନାକୁ ଯାଇ ଅଭିଯୋଗ କଲେ। ତାଙ୍କ ଅଭିଯୋଗ ଆଧାରରେ କେସ ନଂ ୮୧/୨୩ରେ ମାମଲା ରୁଜୁ କରିଥିବା ପୋଲିସ କହିଛି। ମାତ୍ର ଏନେଇ ରତ୍ନମଣି କୁ ସୁଚନା ଦିଆଯାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୋଲିସ ଏ ଏସ ଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ବିଭାର ତିଲେଇମାଲ ଗ୍ରାମକୁ ଯାଇ ତଦନ୍ତ କରିଥିଲେ। ରତ୍ନମଣୀ ଗୋଟିଏ ସାଗୁଆନ ଗଛ କାଟି ତାର ଗଣ୍ଡି କୁ ରଖିଥିଲେ। ରତ୍ନମଣି ର ଭାଇ ସୁବାଷ ଉକ୍ତ କାଠ ଗଣ୍ଡି କୁ ନେଇଯାଇ ଥିଲେ। ତେଣୁ ରତ୍ନମଣି ଏହାକୁ ନେଇ ଅଭିଯୋଗ କରିଥିଲେ।ପୋଲିସ ଗ୍ରାମକୁ ଯାଇ ଉକ୍ତ କାଠଗଣ୍ଡି ଜବତ କରି ସେମାନଙ୍କ ବାପା ଙ୍କୁ ଜିମା ଦେଇଥିଲେ। ଯେହେତୁ ସୁବାଷ ପାଖରେ ତାଙ୍କ ବାପା ରହୁଛନ୍ତି ତେଣୁ ତାଙ୍କୁ କାଠଗଣ୍ଡି ଦେବାରୁ ଗ୍ରାମବାସୀ ତଦନ୍ତ ନିରପେକ୍ଷ ହେଉ ନ ଥିବା ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଓ ଗ୍ରାମବାସୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଲୋକେ ଉତ୍ୟକ୍ତ ହୋଇ ପୋଲିସ ଏଏସଆଇ ଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିଲେ। ପୋଲିସ ଏନେଇ ସାତ ଜଣ ଲୋକ ସହିତ ଅନ୍ୟାନ୍ୟ ଗ୍ରାମବାସୀ ଙ୍କ ନାମରେ ମାମଲା ରୁଜୁ କରିଛି। ଅପର ପକ୍ଷରେ ରତ୍ନମଣି ଙ୍କ ସ୍ତ୍ରୀ ସୁବଳୟା ଥାନା ଅଧିକାରୀ ଦିପ୍ତିରଞ୍ଜନ ଦିଗାଲ ଙ୍କ ନାମରେ ଦୁର୍ବ୍ୟବହାର କରିଥିବା ନେଇ ବିରମହାରାଜପୁର ଏସଡିପିଓ ଏବଂ ସୁବର୍ଣ୍ଣପୁର ଆରକ୍ଷୀଅଧିକ୍ଷକ ଙ୍କ ଠାରେ ଅଭିଯୋଗ କରିଛନ୍ତି।ଅନ୍ଯ ପକ୍ଷରେ ପୋଲିସ କୁ ଆକ୍ରମଣ କରିଥିବା ଘଟଣା କୁ ନେଇ ପୋଲିସ ତିଲେଇମାଲ ଗ୍ରାମକୁ ଯାଇ ତଦନ୍ତ କରିଛି। ଏଇଭଳି ପରିସ୍ଥିତି ରେ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇ ଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ଛି l ଘଟଣା ସମ୍ପର୍କରେ ବୀରମହାରାଜପୁର ଏସଡିପିଓ ଡୋଳାମଣୀ ଭୋଇ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଖୁବ ଶୀଘ୍ର ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ