Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକ ଅପ ଗାଡି ଉପରେ ଜିଏସଟି ଟିମର ଚଢ଼ାଉ; ୭୦ ହଜାର ଟଙ୍କା ଜୋରିମାନା ଆଦାୟ

କୋକସରା: କଳାହାଣ୍ଡି ସି ଟି ଓ ନିଳାଦ୍ରୀ ବିହାରୀ ଦାଢ଼ିଆ ଙ୍କ ନେତୃତ୍ୱରେ ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଟିମ ମୋବାଇଲ ପେଟ୍ରୋଲିଂ ସମୟରେ ବୁଧବାର ସନ୍ଧ୍ୟାରେ କୋକସରା ପେଟ୍ରୋଲ ପମ୍ପ ନିକଟରେ ସନ୍ଦେହ ରେ ଏକ ମାଲ ବୋଝେଇ ପିକ ଅପ ଗାଡି ନମ୍ବର ଓଡ଼ି 05 ଏ ଏମ 9787 କୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ରେ ସୋଲାର ଷ୍ଟିଟ ଲାଇଟ ସାମଗ୍ରୀ ନେଇ ଯାଜପୁର ରୁ ନବରଙ୍ଗପୁର ନେଇ ଯାଉଥିବା ଜଣାପଡିଥିଲା। ଉକ୍ତ ସାମଗ୍ରୀ ଜିଏସଟି ଅନ୍ତର୍ଭୁକ୍ତ ଥିବା ବେଳେ ଜିଏସଟି ବିଲ ସମ୍ବନ୍ଧୀୟ କୌଣସି କାଗଜପତ୍ର ନଥିବା ଦର୍ଶାଇ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ମାଲ ପରିବହନ କରୁଥିବା ମନୋଜ ନାୟକ ଙ୍କ ଠାରୁ ୭୦,୦୨୬ ଟଙ୍କା ଜୋରିମାନା ଆଦାୟ କରାଯାଉଥିବା ନେଇ ସି ଟି ଓ ନୀଳାଦ୍ରି ବିହାରୀ ଦାଢିଆ ସୂଚନା ଦେଇଛନ୍ତି। ଏନଫୋର୍ସ ମେଣ୍ଟ ମୋବାଇଲ ଟିମ ରେ ପାରେଶ୍ୱର ସାହୁ, ହରେକୃଷ୍ଣ ସାହୁ, ନୈମିଶ ସାହୁ, ସୁଧାଂଶୁ ବେହେରା ସମେତ କୋକସରା ଥାନା ପୋଲିସ ଅଧିକାରୀ ପ୍ରସନ୍ନ କୁମାର ବେହେରା ଓ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ