Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ରେଳ ଦୁର୍ଘଟଣା; ସିବିଆଇ ତଦନ୍ତ ନେଇ ନରସିଂହଙ୍କ ପ୍ରଶ୍ନ, କହିଲେ ଇନକ୍ଵାରି ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି ରେଳମନ୍ତ୍ରୀ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ନେଇ ଚାଲିଛି ସିବିଆଇର ତନାଘନା। ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ। ତେବେ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହି ପ୍ରସଙ୍ଗକୁ କେନ୍ଦ୍ର କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ। ସେ କହିଛନ୍ତି, ରେଳ ମନ୍ତ୍ରୀ ଇନକ୍ଵାରି ଆଉ ଇନଭେଷ୍ଟିଗେସନ ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି । କି ପ୍ରକାର ତଦନ୍ତ ଚାଲିଛି ସମସ୍ତଙ୍କୁ ଜଣା । ରେଳବାଇ ମନ୍ତ୍ରୀ ହରଡ ଘଣାରେ ପଡ଼ିବା ପରେ ସିବିଆଇ ତଦନ୍ତ କଥା ଉଠାଇଛନ୍ତି । କେତେଜଣଙ୍କ ମୃତ୍ୟୁ ହୋଇଛି ରେଳମନ୍ତ୍ରୀଙ୍କୁ ଜଣା ନାହିଁ । ସଠିକ୍ ତଥ୍ୟ କାହା ପାଖେ ନାହିଁ । ବର୍ତ୍ତମାନ ଆଉ ଏକ ବଗି ଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ପଶ୍ଚିମବଙ୍ଗ ସରକାର କହୁଛନ୍ତି ଯେ ତାଙ୍କ ରାଜ୍ୟର ୩୧ ଜଣଙ୍କ ମୃତ ଦେହ ମିଳୁନି। ସେପଟେ ବିହାର ସରକାର କହୁଛନ୍ତି ଯେ ୮୮ ଜଣ ଏବେ ବି ନିଖୋଜ ଅଛନ୍ତି। ସେ ସିବିଆଇକୁ କେନ୍ଦ୍ର ସରକାରଙ୍କ ପୋଷା ସୁଆ ବୋଲି କହିଛନ୍ତି । ସେ ଯାହା କହିବେ ସିବିଆଇ ତାହା କରିବେ । ରେଳ ମନ୍ତ୍ରୀ ଇସ୍ତଫା ଦେଲେ ତଦନ୍ତ ନିରପେକ୍ଷ ହେବ ବୋଲି ସେ କହିଛନ୍ତି । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ