Odisha Weather: ବାତ୍ୟା ପ୍ରଭାବ କମିଲା, ହେଲେ ବର୍ଷାରୁ ମିଳୁନି ନିସ୍ତାର
This intense weather scene captures the raw power of nature with storm clouds billowing across an overcast sky, heavy rainfall, and flashes of lightning illuminating the dark atmosphere. The dramatic, moody sky and cascading raindrops evoke a sense of powerful energy and impending force, perfect for visualizing extreme weather conditions. The composition showcases a blend of ominous clouds and heavy rain, ideal for projects focusing on nature, meteorology, or environmental themes.
ଭୁବନେଶ୍ୱର: ବାତ୍ୟାର ପ୍ରଭାବ କମିଥିଲେ ମଧ୍ୟ ଓଡ଼ିଶାରେ ବର୍ଷା ଥମିବାର ନାଁ ନେଉନାହିଁ। ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଛି। କେତେକ ସ୍ଥାନରେ ୮୦ରୁ ୯୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅକ୍ଟୋବର ୨୯ ସକାଳ ସୁଦ୍ଧାର ତଥ୍ୟ ଅନୁସାରେ, ରାଜ୍ୟର ୧୫ଟି କେନ୍ଦ୍ରରେ ଅତି ଭୀଷଣ ବର୍ଷା, ୨୧ଟି କେନ୍ଦ୍ରରେ ଅତି ପ୍ରବଳ ବର୍ଷା ଏବଂ ୭୧ଟି କେନ୍ଦ୍ରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏହିପରି ମୋଟ ୧୦୭ଟି ବର୍ଷାମାପକ କେନ୍ଦ୍ରରେ ପ୍ରବଳରୁ ଅତି ଭୀଷଣ ବର୍ଷା ହୋଇଛି। ମୟୂରଭଞ୍ଜ ସମେତ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ବର୍ଷାର ପ୍ରଭାବ ଦେଖାଯାଇଛି।
ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ନଦୀନାଳର ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ତେବେ ଆଗକୁ କେଉଁ ଅଞ୍ଚଳରେ ବର୍ଷା ଜାରି ରହିବ ଓ କେଉଁଠି କମିବ, ସେନେଇ ପାଣିପାଗ ବିଭାଗର ପରବର୍ତ୍ତୀ ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ ହେବ।

