Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Neeru Dhanda: ଏସିଆନ୍ ଗେମ୍ସରେ ଇତିହାସ ରଚିଲେ ନୀରୁ ଧାଣ୍ଡା, ମହିଳା ଟ୍ରାପ୍‌ରେ ଭାରତକୁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତୀୟ ଶୁଟର ନୀରୁ ଧାଣ୍ଡା ଇତିହାସ ରଚିଛନ୍ତି। ନାଗୋୟାରେ ଅନୁଷ୍ଠିତ ମହିଳା ବ୍ୟକ୍ତିଗତ ଟ୍ରାପ୍‌ ଶୁଟିଂ ଇଭେଣ୍ଟରେ ସେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ସହ ଏହି ଇଭେଣ୍ଟରେ ଏସିଆନ୍ ଗେମ୍ସର ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତିବାରେ ନୀରୁ ପ୍ରଥମ ଭାରତୀୟ ଶୁଟର ହୋଇଛନ୍ତି। ଫାଇନାଲରେ ସେ ୨୮ ସ୍କୋର କରି ପୂର୍ବର ୨୪ ପଏଣ୍ଟର ଏସିଆନ୍ ରେକର୍ଡକୁ ଭାଙ୍ଗିଛନ୍ତି।

ନୀରୁଙ୍କ ଏହି ସଫଳତା ପୂର୍ବରୁ ସେ ମହିଳା ଟ୍ରାପ୍‌ ଟିମ୍‌ ଇଭେଣ୍ଟରେ ମଧ୍ୟ ଭାରତକୁ ରୌପ୍ୟପଦକ ଦେଇଥିଲେ। ମନୀଷା କୀର ଓ ଆଶିମା ଅହଲାୱତଙ୍କ ସହ ମିଶି ସେ ଏହି ଟିମ୍‌ ଇଭେଣ୍ଟରେ ରୌପ୍ୟ ଜିତିଥିଲେ। ଏବେ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ସହ ଏସିଆନ୍ ରେକର୍ଡ ହାସଲ କରି ନୀରୁ ଭାରତୀୟ ଶୁଟିଂରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛନ୍ତି।

ନୀରୁଙ୍କ ସଫଳତାର ତାଲିକାରେ ଏହା ଆଉ ଏକ ବଡ଼ ଉପଲବ୍ଧି। ୨୦୨୫ରେ କାଜାଖସ୍ତାନର ଶିମକେଣ୍ଟରେ ଅନୁଷ୍ଠିତ ଏସିଆନ୍ ଶୁଟିଂ ଚାମ୍ପିୟନଶିପ୍‌ରେ ସେ ମହିଳା ଟ୍ରାପ୍‌ରେ ସ୍ୱର୍ଣ୍ଣ ଜିତିଥିଲେ। ଚଳିତ ବର୍ଷ ISSF ୱାର୍ଲ୍ଡ କପ୍‌ରେ ମଧ୍ୟ ସେ ଟ୍ରାପ୍‌ ଇଭେଣ୍ଟରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତି ନିଜ ନାମରେ ଆଉ ଏକ ରେକର୍ଡ ଯୋଡ଼ିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories