Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗନ୍ନାଥ ଦର୍ଶନ ରେ ଗଲେ କୋକସରା ବ୍ଲକ ରୁ ୪୫ ବରିଷ୍ଠ ନାଗରିକ।

କଳାହାଣ୍ଡି,୦୧/୧୦
ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ବରିଷ୍ଠ ନାଗରିକ ଙ୍କ ପାଇଁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କୋକସରା ବ୍ଲକ ରୁ ଦ୍ଵିତୀୟ ପର୍ଯ୍ୟାୟରେ ୪୫ ଜଣ ବରିଷ୍ଠ ନାଗରିକ ଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବସ ଯୋଗେ ଭବାନୀପାଟଣା ପଠାଯାଇଛି। ଭବାନୀପାଟଣା ରୁ ପୁରୀ ଅଭିମୁଖେ ଏହି ଶ୍ରଦ୍ଧାଳୁ ମାନେ ଯାତ୍ରା କରିବେ।ସେମାନଙ୍କ ଯାତ୍ରା, ରହଣି,ଖାଦ୍ୟପେୟ ଓ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରା ଯାଇଥିବା ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏହି ଯୋଜନା ରେ ସାମିଲ ହୋଇ ଜଗନ୍ନାଥ ଦର୍ଶନ ଆମ ପାଇଁ ସୌଭାଗ୍ୟ ପ୍ରାପ୍ତି ର ସୁଯୋଗ ବୋଳି ଜଗନ୍ନାଥ ଦର୍ଶନ ଯାଉଥିବା ବରିଷ୍ଠ ନାଗରିକ ମାନେ ପ୍ରକାଶ କରିବା ସହ ରାଜ୍ୟ ସରକାର,ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ କୃତଜ୍ଞତା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ