Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଖଡ଼ିଆଳ : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ କମିଟି ତରଫରୁ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପ୍ରତାପ ବେହେରାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି। ସଂଘର ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ସଙ୍ଘ ତରଫରୁ ଦିଆଯାଇଥିବା ରାଜ୍ୟ ଵ୍ୟାପୀ ଆନ୍ଦୋଳନ ଡାକରାକୁ ସାର୍ଥକ କରି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର ଡିଭିଜନ ଶାଖା ତରଫରୁ ରାଜ୍ୟ ସମ୍ପାଦକ ଶ୍ରୀପାଣିଗ୍ରାହୀଙ୍କ ନେତୃତ୍ୱରେ ଗତ ଜୁନ ଏକ ତାରିଖରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ କୋଡିଏ ହଜାରରୁ ଉର୍ଦ୍ଧ୍ବ ତୋଳାଳୀ ଓ ସିଜିନାଲ ଷ୍ଟାଫଙ୍କ ଦ୍ଵାରା ବିଶାଳ ଐତିହାସିକ ସମାବେଶ,ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏକ ସରକାରୀ ସଂସ୍ଥାରେ ଶ୍ରମିକ ଶୋଷଣ ଓ ମାରଣ ନୀତି ନିହାତି ଦୁର୍ଭାଗ୍ୟ ଜନକ ଅଟେ।
ତୋଳାଳୀ ସହାୟତା ରାଶି ମାଗି ନ ଥିଲେ, ସରକାର ତାଙ୍କ ପାଣ୍ଠିରୁ ସହାୟତା ଦେଲେ ଆମର ଆପତ୍ତି ନାହିଁ। ସମସ୍ତଙ୍କୁ କେନ୍ଦୁପତ୍ର ଲାଭାଂଶରୁ ବୋନସ ଦେବା ପାଇଁ ଆଗରୁ ଦାବୀ କରାଯାଇଥିଲା। କିନ୍ତୁ ସରକାର ଏହାକୁ ବିଚାରକୁ ନ ନେଇ ଉପନିର୍ବାଚନ ଜିତିବା ପାଇଁ ତୋଳାଳୀ ଓ ସିଜିନାଲ ଷ୍ଟାଫଙ୍କୁ ହଜାରେ ଓ ପନ୍ଦର ଶହ ସହାୟତା ଘୋଷଣା କରିଥିଲେ ଯାହା ସମସ୍ତଙ୍କୁ କ୍ଷୁବ୍ଧ କରିଛି। ବୋନସ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ ପାଇଁ ସରକାର ପ୍ରଦତ୍ତ କୌଣସି ଦୟା ନୁହେଁ, ବରଂ ଏହା ସେମାନଙ୍କର ଅଧିକାର ଅଟେ। ସେମାନଙ୍କ ଏହି ଅଧିକାରରୁ ସରକାର ବଞ୍ଚିତ କଲେ, ଜୋରଦାର ଆନ୍ଦୋଳନ ମାଧ୍ୟମରେ ଜବାବ ଦିଆଯିବ। ବୋନସ, ଝିଅ ବାହାଘର ସହାୟତା, ଶିକ୍ଷା ସହାୟତା, ଚିକିତ୍ସା ସହାୟତା, ଇଂସେଂଟିଭ ଆଲାଉନ୍ସ, ସିଜିନାଲ ଷ୍ଟାଫଙ୍କ ଦରମା ବୃଦ୍ଧି, ସର୍ବନିମ୍ନ ମଜୁରୀ ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ଆଜି ପୁଣି ଥରେ ଡିଏଫଓ (କେନ୍ଦୁପତ୍ର)ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି। ଦାବୀପତ୍ର ପ୍ରଦାନ ପରେ ଚଳିତ ସିଜନରେ ଥିବା ବିଭିନ୍ନ ଶ୍ରମିକ ସମସ୍ୟା ଓ ଦାବୀ ଉପରେ ଡିଏଫଓଙ୍କ ସହିତ ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିସ୍ତୃତ ଚର୍ଚ୍ଚା ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ଆଦିବାସୀ ନେତା ଜ୍ଞାନେଶ୍ୱର ମାଝୀ, ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନର ବିଭିନ୍ନ ରେଞ୍ଜର ସମସ୍ତ ନେତୃମଣ୍ଡଳୀ ଯଥା ସୁରେଶ ବେହେରା, ଈଶ୍ୱର ଶବର, ସନ୍ତୋଷ ସାହୁ, ଗୌତମ ବରିହା, ରୁଦ୍ର ନାଗ, ନଟବର ନାଗ, କୃଷ୍ଣବଲ୍ଲଭ ବାରିକ, ମଙ୍ଗଳସାଇ ବଗର୍ତ୍ତି, ଦମନ ନାୟକ ପ୍ରମୁଖ ସାମିଲ ହୋଇଥିଲେ।