Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Asian Games Hockey: ପାକିସ୍ତାନକୁ ୪-୩ରେ ହରାଇ ଫାଇନାଲରେ ଭାରତ, ଶେଷ ମୁହୂର୍ତ୍ତରେ ଅଭିଷେକଙ୍କ ଗୋଲ୍

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକିରେ ପାକିସ୍ତାନକୁ ୪-୩ ଗୋଲ୍‌ରେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ। ରୋମାଞ୍ଚକର ସେମିଫାଇନାଲରେ ଭାରତ ପ୍ରଥମେ ୩-୦ରେ ଆଗୁଆ ରହିଥିଲା। ତେବେ ପାକିସ୍ତାନ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସ୍କୋର ୩-୩ରେ ପହଞ୍ଚାଇଥିଲା। ମ୍ୟାଚ୍‌ର ଶେଷ ମୁହୂର୍ତ୍ତରେ ଅଭିଷେକଙ୍କ ଗୋଲ୍‌ ଭାରତକୁ ବିଜୟ ଦେଇଛି।

ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଗୋଲ୍‌ କରିଥିବା ବେଳେ ସୁଖଜୀତ ସିଂହ ଆଉ ଗୋଟିଏ ଗୋଲ୍‌ କରିଥିଲେ। ଭାରତ ୩-୦ରେ ଆଗୁଆ ଥିବା ବେଳେ ପାକିସ୍ତାନର ଆବୁ ମହମୁଦ, ହନନ ଶାହିଦ ଓ ୱାହିଦ ଅଶରଫ ରାଣା ଗୋଲ୍‌ କରି ସ୍କୋର ସମାନ କରିଥିଲେ।

ମ୍ୟାଚ୍‌ ଶେଷ ହେବାକୁ ମାତ୍ର ୪୯.୨ ସେକେଣ୍ଡ ବାକି ଥିବା ବେଳେ ଅଭିଷେକଙ୍କ ଶଟ୍‌ ପାକିସ୍ତାନୀ ଖେଳାଳିଙ୍କ ଷ୍ଟିକ୍‌ରେ ବାଜି ଗୋଲ୍‌ ହୋଇଥିଲା। ଏହି ଗୋଲ୍‌ ସହ ଭାରତ ୪-୩ରେ ବିଜୟୀ ହୋଇ ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ସ୍ଥାନ ପକ୍କା କରିଛି। ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭାରତ ଫାଇନାଲରେ ଭେଟିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ