Lovlina Borgohain Gold: ଏସିଆନ୍ ଗେମ୍ସରେ ଲଭଲିନାଙ୍କ ସ୍ୱର୍ଣ୍ଣିମ ବିଜୟ, ଚୀନ୍ର ବକ୍ସରଙ୍କୁ ୫-୦ରେ ହରାଇ ରଚିଲେ ଇତିହାସ
ନୂଆଦିଲ୍ଲୀ: ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ୍ ଏସିଆନ୍ ଗେମ୍ସରେ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୭୫ କେଜି ବକ୍ସିଂ ବର୍ଗର ଫାଇନାଲରେ ସେ ଚୀନ୍ର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ସମସ୍ତ ଜଜ୍ଙ୍କ ସମର୍ଥନରେ ଲଭଲିନା ଏହି ଫାଇନାଲ ଜିତିଥିଲେ।
ଏହି ବିଜୟ ସହ ଲଭଲିନା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଦ୍ୱିତୀୟ ଭାରତୀୟ ମହିଳା ବକ୍ସର ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ସଫଳତା ଏମ୍ସି ମେରି କମ୍ ହାସଲ କରିଥିଲେ। ଲଭଲିନାଙ୍କ ଏହି ସଫଳତା ଭାରତୀୟ ବକ୍ସିଂ ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି ଭାବେ ଦେଖାଯାଉଛି।
୨୦୨୨ ହାଙ୍ଗଝୋଉ ଏସିଆନ୍ ଗେମ୍ସରେ ଲଭଲିନା ୭୫ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଏଥର ସେ ରୌପ୍ୟକୁ ସ୍ୱର୍ଣ୍ଣରେ ପରିଣତ କରିଛନ୍ତି। ଫାଇନାଲରେ ଚୀନ୍ର ବକ୍ସରଙ୍କୁ ଏକତରଫା ଭାବେ ପରାସ୍ତ କରି ଲଭଲିନା ନିଜ ଏସିଆନ୍ ଗେମ୍ସ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି।

