Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଉନି ଏମଏମସିସି କୁ ହରାଇ ସୁନାମାଲ ଏମଏମସିସି କ୍ରିକେଟ ଚାମ୍ପିୟନ

କୋକସରା: କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ମା ମଙ୍ଗଳା ମିନି ଷ୍ଟାଡିୟମ ଠାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମା ମଙ୍ଗଳା ନକ ଆଉଟ ଅଣ୍ଡର ୧୯ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବରାଡୋଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ,ସମ୍ମାନିତ ଅତିଥି ଭାବେ ପରମେଶ୍ବର ଧ. ମାଝୀ, ସୁଧୀର ଧ. ମାଝୀ, ଈଶ୍ୱରୀ ପ୍ରସାଦ ଅଗସ୍ତି, ଥବିର ନାଏକ, ସୁବାସ ବେହେରା, କୁମୁଦ ବେହେରା,ସମୀର ବେହେରା ଓ ନିଲୁ ନାଏକ ଉପସ୍ଥିତ ରହି ଉଭୟ ଦଳ ଖେଳାଳି ଙ୍କ ସହ ପରିଚୟ ପର୍ଵ ରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ଫାଇନାଲରେ ପ୍ରଥମେ ଏମଏମସିସି ସୁନାମାଲ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୧୨୦ ର ନ ସଂଗ୍ରହ କରିଥିବା ବେଳେ ଜବାବ ରେ ଏମଏମସିସି ଶିଉନି ଖେଳାଳି ମାତ୍ର ୪୦ ର ନ କରି ଅଳ ଆଉଟ ହୋଇଥିଲେ। ଫାଇନାଲ ଖେଳ କୁ ଶୁଭମ ପଣ୍ଡା, ସୁଶାନ୍ତ ସେଠି ଓ ସ୍କୋର ବୋର୍ଡ ରେ କୁମୁଦ ବେହେରା ସହଯୋଗ କରିଥିବା ବେଳେ ଖେଳ ର ଧାରା ବିବରଣୀ ନିଲୁ ଅଗସ୍ତି ପ୍ରଦାନ କରିଥିଲେ। ଚାମ୍ପିୟାନ ଟିମ ଓ ରନର୍ସ ଅପ ଟିମ କୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କୃତ କରିଥିଲେ। ଖେଳ ପରିଶେଷରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଭୁବନେଶ୍ୱର ଦିଶାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ