Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ କଂଗ୍ରେସ ଭବନ ରେ ଗାନ୍ଧୀ ଜୟନ୍ତୀ ପାଳନ।

କଳାହାଣ୍ଡି,୦୨/୧୦
ଆଜି ହେଉଛି ଦେଶ ର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜି ଙ୍କ ୧୫୭ ତମ ଜନ୍ମ ଜୟନ୍ତୀ,ଦେଶ କୁ ଅହିଂସା ର ମନ୍ତ୍ର ଦେଇ ସତ୍ୟାଗ୍ରହ ବଳରେ ବିଦେଶୀ ଙ୍କ କବଳରୁ ଭାରତ ଦେଶ କୁ ସ୍ୱାଧୀନତା ର ଆଜାଦି ଦେଇଥିବା ସେହି ମହାନ ଆତ୍ମା ଙ୍କ ଜନ୍ମ ଜୟନ୍ତୀ କୁ ସ୍ମୃତି ଚରଣ କରିବାର ଦିନ।
ଏହି ଅବସରରେ କୋକସରା ବ୍ଲକ କଂଗ୍ରେସ ଭବନ ଠାରେ ବ୍ଲକ ସଭାପତି ଲକ୍ଷ୍ମଣ ଶବର ଙ୍କ ସଭାପତିତ୍ୱ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜୟନ୍ତୀ ପାଳନ କରାଯାଇଛି। ଦୁଇ ଭାରତ ମାତା ର ସନ୍ତାନ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଂଗ୍ରେସ ଦଳ ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିମାଇ ଚରଣ ଧଙ୍ଗଡ଼ା ମାଝୀ, ନାରୀ ମହିଳା କଂଗ୍ରେସ ବ୍ଲକ ସଭାନେତ୍ରୀ ଫୁଲତୋଳା ଖମାରୀ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ନେଗୀ,କୋକସରା ଜୋନ ସଭାପତି ହେମନ୍ତ ଚନ୍ଦ୍ର ବାଗ, ଗୋପାଳ ରାଉତ,ଧନେଶ୍ୱର ମହାନନ୍ଦ, ପଞ୍ଚାୟତ ସଭାପତି କୃପାସିନ୍ଧୁ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ