Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଉଡୋଳା ଉଚ୍ଚ ବିଦ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳନ।

କଳାହାଣ୍ଡି,୦୨/୧୦
ଆଜି ହେଉଛି ଦେଶ ର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜି ଙ୍କ ୧୫୭ ତମ ଜନ୍ମ ଜୟନ୍ତୀ,ଦେଶ କୁ ଅହିଂସା ର ମନ୍ତ୍ର ଦେଇ ସତ୍ୟାଗ୍ରହ ବଳରେ ବିଦେଶୀ ଙ୍କ କବଳରୁ ଭାରତ ଦେଶ କୁ ସ୍ୱାଧୀନତା ଦେଇଥିବା ସେହି ମହାନ ଆତ୍ମା ଙ୍କ ଜନ୍ମ ଜୟନ୍ତୀ କୁ ସ୍ମୃତି ଚରଣ କରିବାର ଦିନ।
ଏହି ଅବସରରେ କୋକସରା ବ୍ଲକ କାଉଡୋଳା ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସଭାପତି ସୁଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜୟନ୍ତୀ ପାଳନ କରାଯାଇଛି। ଦୁଇ ଭାରତ ମାତା ର ସନ୍ତାନ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହାସହ ପୂର୍ବତନ ଶିକ୍ଷା ବିଦ ସ୍ବର୍ଗତ ନିତ୍ୟାନନ୍ଦ ନାଏକ ଙ୍କ ସ୍ମୃତି ଚାରଣ ମଧ୍ୟ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷା ବିଦ ନିର୍ମଳ ପୂର୍ଣ୍ଣଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ବସନ୍ତ ସରାବୁ,ସହ ଶିକ୍ଷକ ବିକାଶ ଚନ୍ଦ୍ର ଶବର,ରତିକାନ୍ତ ଗଦବା ଉପସ୍ଥିତ ରହିଥିଲେ। ମଞ୍ଚ ସଂଯୋଜନା ଶ୍ରୀକାନ୍ତ ଖମାରି କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଜନ୍ମ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ