Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ଘର ଯୋଜନା ପଞ୍ଚାୟତ ଜନ ପ୍ରତିନିଧି ସଚେତନତା ଶିବିର ରେ ଯୋଗଦେଲେ ଧର୍ମଗଡ ବିଧାୟକ

କୋକସରା: ରାଜ୍ୟ ସରକାର ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଆରମ୍ଭ କରିଛନ୍ତି ମୋ ଘର ଯୋଜନା, ଏଣିକି ରାଜ୍ୟର ହିତାଧିକାରୀ ଙ୍କୁ ମୋ ଘର ପାଇଁ ଯୋଜନା ରେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଯିବ। ତେବେ ମୋ ଘର ପାଇବା ପାଇଁ ହିତାଧିକାରୀଙ୍କ ମାନଦଣ୍ଡ କଣ ରହିବ କୋଉ ଗାଇଡ଼ ଲାଇନ ଅନୁସାରେ ଘର ମିଳିବ ସେନେଇ ଗୁରୁବାର କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ରେ ଏକ ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ଙ୍କ ଅଧ୍ୟକ୍ଷତାରେ।ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ମୋ ଘର ଯୋଜନା ରାଜ୍ୟ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର ଓ ୨୨ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ରହିଥିଲେ। ଏହି କର୍ମଶାଳା ରେ ମୋ ଘର ସମ୍ପର୍କିତ ସମସ୍ତ ତଥ୍ୟ ଓ ପ୍ରଶିକ୍ଷଣ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ