କଂକ୍ରିଟ ରାସ୍ତା ପରିବର୍ତ୍ତେ ଡ୍ରେନ ନିର୍ମାଣ କରିବାକୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ।
କଳାହାଣ୍ଡି,୦୩/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ଦୁର୍ଗା ମଣ୍ଡପ ଛକ ରୁ ଚିକିଲି କୁ ସଂଯୋଗ କରୁଥିବା ଆର ଡି ରାସ୍ତା ର ଗ୍ରାମ ମଧ୍ୟରେ ଏବେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ମତେ ଦୁର୍ଗା ମଣ୍ଡପ ରୁ ନଳକୂପ ପର୍ଯ୍ୟନ୍ତ ରାସ୍ତା ର ଦୁଇ କଡ଼ ରେ ନଳକୂପ ର ନିଷ୍କାସିତ ପାଣି ଓ ବର୍ଷା ଦିନରେ ବର୍ଷା ପାଣି ଯୋଗୁଁ ଏହି ରାସ୍ତା ରେ ଆଣ୍ଠୁଏ ପାଣି ଜମି ରହୁଛି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷ ତମାମ ଏହି ରାସ୍ତା ରେ ପାଣି ଜମି ରହୁଛି, ଫଳରେ ରାସ୍ତାରେ ଯାତାୟାତ କରୁଥିବା ଗ୍ରାମବାସୀ ମାନେ ଦୂଷିତ ମଇଳା ପାଣି ଦେଇ ଯାତାୟାତ କରୁଛନ୍ତି। ଏବେ ବ୍ଲକ ଅନୁଦାନ ରୁ ଏହି ରାସ୍ତା ରେ କଂକ୍ରିଟ ରାସ୍ତା ନିର୍ମାଣ ଆରମ୍ଭ କରା ଯାଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିବା ସହ ରାସ୍ତା ବଦଳ ରେ ଡ୍ରେନ ନିର୍ମାଣ କରିବାକୁ ଦାବି କରିଛନ୍ତି।ପୂର୍ବରୁ ମଧ୍ୟ ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଛି, କିନ୍ତୁ ବ୍ଲକ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।ଏନେଇ ଶନିବାର ଓଲମା ଗ୍ରାମ ର ଇଶରାମ ବାଗ, ଯୋଗୀନ୍ଦ୍ର ବାଗ, ପ୍ରଦୀପ ନାଗ,ଉପେନ୍ଦ୍ର ବାଗ, ଖଗେଶ୍ବର ବେମାଲ,ସୁରେଶ ବେମାଲ, ନେତ୍ରନନ୍ଦ ବେମାଲ, ଉମା ଶଙ୍କର ମାଝୀ,ଅର୍ଜୁନ ବେମାଲ, କ୍ଷୀରସିନ୍ଧୁ ମାଝୀ,ପଞ୍ଚମୀ ବେମାଲ, ଇନ୍ଦୁମତି ବାଗ,କ୍ଷୀର ବାଗ ସମେତ ସ୍ଥାନୀୟ ବାସିନ୍ଦା ମାନେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିବା ସହ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବିଡ଼ିଓ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

